STORYMIRROR

ASHIS KUMAR SWAIN33

Abstract

3  

ASHIS KUMAR SWAIN33

Abstract

ପାନ୍ଥଶାଳା

ପାନ୍ଥଶାଳା

1 min
252

      

କ୍ଲାନ୍ତି ମେଣ୍ଟିଗଲେ ଏ ମଣିଷର ହାଟେ 

        ସଭିଏଁ ଫେରନ୍ତି ଆପଣା ଆପଣା ବାଟେ 

ଅନେକ ସ୍ମୃତିର ସମ୍ଭାର ମୋ ଦେହେ ଖୋଦିତ

        ଗଲାଣି କିଛି ଲିଭି ଆଉ କିଛି ରହିଛି ଚିତ୍ରିତ

ଶୀର୍ଣ୍ଣ ଅବୟବେ ଆଜି ଅହେତୁକ ନିରବତା

        ତଥାପି ପାଛୋଟି ନିଏ ଗାଇ ସ୍ବାଗତ ଗୀତିକା

ଏକାନ୍ତ ବେଳାର ମୁଁ ଏକ ନିର୍ଜନଶାଳା 

        ପଥଶ୍ରାନ୍ତ ପାନ୍ଥର ମୁଁ ପାନ୍ଥଶାଳା


ମୁକସାକ୍ଷୀ ମୁଁ ଅନେକ ଅକୁହା କ୍ଷଣର

      ପ୍ରତିଧ୍ଵନି ମୋ ଭିତରେ କେତେ କ୍ରନ୍ଦନର ସ୍ୱର

ସହିଛି ବହୁତ ଆଘାତ ଅଶ୍ରାବ୍ୟ ଗାଳିର

      ଶୁଣିଛି ଅସ୍ପଷ୍ଟ ଭାଷା ପୁଣି ଉତ୍ତପ୍ତ ରାତ୍ରିର

ଧ୍ଵଂସ କେତେ ସ୍ତୁପ ସବୁ ଅହମିକାର

      ଚିରନିଦ୍ରାରେ ଚାଲିଯାଏ ଏଠି ସମ୍ପର୍କ ଅନେକଙ୍କର

ଅର୍ଦ୍ଧଦଗ୍ଧ ପ୍ରତିଶ୍ରୁତିର ମୁଁ ଏକ ରଙ୍ଗଶାଳା

      ମୁଁ ଯେ ଏକ ପରିତ୍ୟକ୍ତ ପାନ୍ଥଶାଳା 


ଅଜଣା ରାଇଜେ ସଭିଏଁ ମୋର ଆପଣା

     ନ ଥାଏ ମୋପାଇଁ କେହି ନୂଆ କି ପୁରୁଣା

ପଚାରି ବୁଝିନି କେବେ ଆଗନ୍ତୁକର ଠିକଣା

     ନା ମାଗିଛି ମୋ ଅତିଥେୟତାର ପାଉଣା

ହୃଦୟଦେଇନି କାହାକୁ ସହି ପାରିବିନି ବୋଲି ପ୍ରତାରଣା

   ହସିହସି ବିଦାୟବେଳେ ସହିଛି ଅନେକ ନିରବ ଯନ୍ତ୍ରଣା

ମଧୁଚନ୍ଦ୍ରିକାର ମୁଁ ଏକ ମଧୁଶାଳା

   ମୁଁ ଯେ ଏକ ଅଭିଶପ୍ତ ପାନ୍ଥଶାଳା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract