STORYMIRROR

SUBASH BEHERA

Romance Classics Inspirational

3  

SUBASH BEHERA

Romance Classics Inspirational

ପହିଲି ବର୍ଷାର ଅନୁଭୂତି

ପହିଲି ବର୍ଷାର ଅନୁଭୂତି

1 min
245

ପହିଲ ଆଷାଢ଼ର ,

ପହିଲ ବର୍ଷାରେ,

ବସୁମତୀ ଅନ୍ତରରୁ,

ଭିଜିଗଲା ପରେ।

ଚାରିଆଡେ ନୂଆ ନୂଆ ଲାଗେ।


ଭିଜା ମାଟିର ବାସ୍ନା,

ବ୍ୟାପିଯାଏ ସାରା ପୃଥିବୀକୁ।

ଓଡ଼ିବୁଲେ ପବନରେ।

ଭାସି ବୁଲେ,

କାହିଁକେତେ ଦୂରରୁ ଦୂରକୁ।


ସେହି ବାସ ଆନମନା କରେ,

ପ୍ରତିଟି ହୃଦୟ।

ମନ ଭରି ଶୋଷି ନେବାକୁ,

ଇଛା ହୁଏ।

ତାର ଅନନ୍ୟ ବାସକୁ।

ଅନ୍ତରର ଗଭୀର ଦେଶକୁ।


ଆଷାଢ଼ର ପହିଲ ସ୍ପର୍ଶରେ,

ପଲ୍ଲବୀତ ହୁଏ ଶୁଷ୍କ ବୃକ୍ଷରାଜି।

ସବୁଜିମା ଭରି ଯାଏ।

ସବୁଜ ଶାଢ଼ୀ ପିନ୍ଧି।

ସୁନ୍ଦର ଲାଗେ ଏ ଶୁଷ୍କ ଧରଣୀ।


ଠିକି ଯେପରି ନବିନ,

ଷୋଡଶୀ ଯୁବା।

ଲାଗେ ଭାରୀ ନୂଆ ନୂଆ,

ତାର ପ୍ରଥମ,

ଋତୁ ସ୍ନାନପରେ।


ଖେଳିଯାଏ ନୂତନ ଚମକ,

ନୂତନତା ପରିବ୍ୟାପ୍ତ ହୁଏ,

ସମ୍ପୂର୍ଣ୍ଣ ଶରୀରେ ତାର।

ଖେଳି ଉଠେ ଶିହରଣ,

ଆପାଦ ମସ୍ତକ।


ମନ ହୁଏ ବାଟ ବଣା,

ବେଳ ଅବେଳରେ।

ଖୋଜି ବୁଲେ ସାଥି ସାଙ୍ଗ,

କହିବାକୁ ମନର ଭାଷାକୁ।

ନିରୋଳା ବେଳରେ।


ଆକର୍ଷିତ ହୁଏ ମନ,

ବିପରୀତ ଦିଗେ।

ଅଙ୍କୁରିତ ହୁଏ ପ୍ରେମ,

ଧୀରେ ଧୀରେ ଅତି ଗୋପନରେ।


ସ୍ବପ୍ନ ଦେଖେ ନୀତି ନୀତି,

ତକିଆକୁ ବାହୁରେ ଆବୋରି,

ହୃଦୟେ ଜାବୁଡି ଧରି,

କୋମଳ ଟେଡି କୁ ତାର

ଗପି ଚାଲେ କେତେ କେତେ,

ଗୋପନ ପ୍ରଣୟର କଥା।


ବର୍ଷାରେ ଭିଜିବାକୁ,

ଲାଗେ ତାକୁ ଭାରି ଭଲ।

ଭିଜି ଭିଜି ଉପଭୋଗ କରେ।

ଶରୀରରେ ନୂତନ ପଣକୁ।

ଆନନ୍ଦରେ ହୋଇ ସେ ଅଧିର।


ବର୍ଷାରେ ଖୁବ ତିନ୍ତି ଗଲେ,

ଛିଡା ହୋଇ ଖୋଲା ଛାତ ପରେ।

ଶାନ୍ତ ପଡେ ବୋଧେ,

ଅନ୍ତର ତଳର ନିଆଁ।

ଫେରିଆସେ ସନ୍ତ୍ରପଣେ।

ହୋଇ ଅଧମୁଖ।


ଛିଡା ହୋଇ ଦର୍ପଣ ସମୁଖେ,

ଦେଖୁଥାଏ ଶରୀରର ରଙ୍ଗ।

ବାର ବାର ନିରେଖେଇ,

ଖୋଜୁଥାଏ ଯୌବନର,

ପ୍ରତିଟି ନୂତନ ଦୃଷ୍ଟାନ୍ତ।


ଅର୍ନିମେଶ ନୟନରେ,

ଚାହିଁରହି ଆକାଶକୁ,

ଭାବୁଥାଏ କିଛି ଅନାବନା କଥା।

ହଜିଯାଏ କେଉଁ ଏକ,

ସ୍ୱପ୍ନିଳ ରାଇଜେ।

ଝୁରୁଥାଏ ବର୍ଷାକୁ ତା ଅନ୍ତର ତଳେ ସଦା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance