STORYMIRROR

SUBASH BEHERA

Tragedy

3  

SUBASH BEHERA

Tragedy

" ଦିଗହରା ଶୈଶବ"

" ଦିଗହରା ଶୈଶବ"

1 min
193


ଶୈଶବ ଆଜି ଦିଗହରା,

ଚେତନା ଶୂନ୍ୟ ଚୈତନ୍ୟ

ଚାହିଁଥାଏ ଅନନ୍ତ ଆକାଶକୁ

ନିରିମାଖି କଅଁଳ ମନଟି,

ସ୍ନେହ ପ୍ରେମ ମମତାର

ସ୍ପର୍ଶ ଟିକେ ପାଇଁ,

ଅଧିର ହୋଇ ଉଠେ

ସଞ୍ଜ ସକାଳରେ।


ଶାଙ୍କୁଡ଼ି ହୋଇ ଉଠେ

ଭିତରେ ଭିତରେ

କହିବାକୁ ଶବ୍ଦ ଖୋଜେ

ଅନ୍ତରେ ଅନ୍ତରେ

ନଜର ଘୁରେଇ ଖୋଜୁ ଥାଏ,

ଅଜଣା ଭିଡ଼ ଭିତରେ,

ଆପଣାର କାହାକୁ ଇତସ୍ତତଃ ହୋଇ।


କେବେ କେବେ ରାହା ଧରି

ଖୁବ କଇଁ କଇଁ କାନ୍ଦେ

କାଳେ କିଏ

ଦରଦୀ ମନରେ

କୋଳେଇ ନେଇ

ବୋକ ଟିକେ ଦେବ 

ଅତି ଯତନରେ।


ଅଧିକ ପାଇବା ଆଶାରେ

ପୁଳାପୁଳା ସୁଖ ସାଉଁଟିବା ନିଶାରେ

ସ୍ୱଚ୍ଛନ୍ଦ ଜୀବନ ଜିଇଁବାକୁ

ବାବୁମାନଙ୍କ ଆଦବ କାଇଦା

ସହରୀ ସଭ୍ୟତା ସହ

ପାଦ ମିଳିଇ ଚାଲିବା ନିଶାରେ


ବାପା ମା ଦୁହେଁ।

ଶୈଶବକୁ ହୀନିମାନ କରି

ଅଜ୍ଞାତରେ ଦିଅନ୍ତି କେତେ ନିର୍ଯ୍ୟାତନା

ଟେକିଦେଇ ଶିଶୁଟିକୁ

ଆୟା ହାତରେ ଅବା,

ଭଡା ଦିଆ କ୍ରେଚରେ

ଫିଙ୍ଗି ଦେଇ ବିଡା ବିଡା ଟଙ୍କା


ନିଜ ମୁଣ୍ଡୁରୁ ଓହ୍ଲାଇ

ଦାୟିତ୍ୱର ବୋଝ ସବୁ

ଅଣନିଃଶ୍ୱାସୀ ହୋଇ ଦୌଡ଼ନ୍ତି 

ନିଜ ନିଜର କର୍ମ କ୍ଷେତ୍ରକୁ

ଯେ ଯାହାର ବାଟେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy