Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : ଗୀତି-କବିତା-18 : ବିଜନତା : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : ଗୀତି-କବିତା-18 : ବିଜନତା : -ଡକ୍ଟର କୃତ୍ତିବାସ ନାୟକ

1 min
181



ବିଜନତା ଦେଖି ଭେଟିଥିଲ ତୁମେ ମୋ ଜୀବନ ଅନ୍ଧକାରେ,

ଦୀପଟିଏ ଜାଳି ଅନ୍ଧକାର ନାଶି ଆଲୋକିତ କଲ ଥରେ |(0)


ଅନ୍ଧକାରେ ମୁହିଁ ଅନ୍ଧ ହୋଇଥିଲି ଆଖିଟା ଝଲସି ଗଲା,

ମୋର ମନପକ୍ଷୀ ଉଡ଼ିଯିବା ପାଇଁ ଡେଣା ଫଡଫଡ଼ କଲା |

ପଞ୍ଜୁରୀ ଦୁଆର ହୁଗୁଳା ଥିବାରୁ ଖୋଲି ହେଇଗଲା ଧୀରେ |

ବିଜନତା ଦେଖି ଭେଟିଥିଲ ତୁମେ ମୋ ଜୀବନ ଅନ୍ଧକାରେ | (1)


ଏବେ ମୁଁ ଉଡୁଛି ତୁମ ଆକାଶରେ ବୁକୁତଳ ଡେଣା ମେଲି,

ପ୍ରୀତିର ମହକ ଅସୁମାରୀ ସୁଖ ହୃଦୟରେ ଦେଲ ଢାଳି |

ଆଜି ମୁଁ ସାଜିଛି ରଙ୍ଗର ଝରଣା ତୁମପାଇଁ ମନ ଝୁରେ |

ବିଜନତା ଦେଖି ଭେଟିଥିଲ ତୁମେ ମୋ ଜୀବନ ଅନ୍ଧକାରେ | (2)



Rate this content
Log in

Similar oriya poem from Romance