STORYMIRROR

Rajakishore Mundi

Romance

3  

Rajakishore Mundi

Romance

ପ୍ରିୟତମା

ପ୍ରିୟତମା

1 min
264

ମନର ମାନସୀ

       ପ୍ରିୟତମା ତୁୁୁମେ

          ମାେ ମନର ରାଜହଂସୀ

ପ୍ରେମ ରଙ୍ଗ ତୁମ

      ମଳୟ ବସନ୍ତ

         ବିତୁଛି ମାେ ହସି ହସି !!୧!!

ଚନ୍ଦ୍ର ପରି ତମ

       ମୁଖଟି ସୁୁନ୍ଦର

          କି ସୁନ୍ଦର ତୁମ ବେଶ

ରୂପଟି ତୁୁୁମର 

       ଚହଟ ଚିକଣ

          ଗଜ ମୋତି ପରି ଦିଶ!!୨!!

ପ୍ରେମର ରଙ୍ଗରେ

       ସପ୍ତ ରଙ୍ଗ ଦେଇ

          ଭିଜେଇଛ ଦେହ ମନ

ଫଗୁଣର ବାସ୍ନା

       ମହକ ଆଣିଛି

           ହୃଦୟରେ ଶ୍ରୀହରଣ !!୩!!

ଇଚ୍ଛା ହୁଏ ମୋର

       ନୀଳ ନଈ ତୀରେ

          ନୌକାଟିଏ ମେଲି ଦେଇ

ତୁମେ ଆଉ ମୁଁ

       ଚାଲି ଯିବା ଦୁରେ

           ଯେଉଁଠି ନ ଥିବେ କେହି !!୪!!

ହସି ହସାଇଲ

      ଏ ସାରା ସଂସାର

             ଭଲ ଵଧୂଟିଏ ହୋଇ

ମନେ ଭରି ଦେଲ

      ମଳୟ ବସନ୍ତ 

            ଭଲ ପତ୍ନୀଟିିଏ ହୋଇ!!୫!!

ଏ ସାରା ସଂସାରେ

       ସାଥିଟିଏ ହୋଇ

            ଚାଲୁଥିବା ବାଟ ଘାଟେ

ଛାଡିବନି  ମୋର

      ହାତଟିକୁ କେବେ

            ଥକି ଗଲେ ଅଧା ବାଟେ!!୬!!

କିିଛି ମାଗି ନାହିଁ

      ମାଗିବି ନାହିଁଟି

            ଯେତେଦିନ ଥିବି ରହି

ତୁମ ପ୍ରେମ କେବେ

       ନ କରିବ ଉଣା

            ମାେ ସାଥିରେ ଥିବ ରହି!!୭!!



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Romance