ଜୀବନ
ଜୀବନ
ହସ ପାପୁଲିଏ
ମାଗିଥିଲି ଯେବେ
ଲୁହ ଅଞ୍ଜୁଳାଏ ଦେଲ
ସ୍ୱାର୍ଥ ମହା ଯଜ୍ଞ
ପୂର୍ଣ୍ଣାହୁତି ପାଇଁ
ମୋ ହୃଦୟ ସମର୍ପିଲ l
ଜଳିଯାଏ ମନ
ତା ସାଥେ ପରାଣ
ସ୍ୱପ୍ନ ବି ଯାଇଛି ଜଳି
ହୃଦୟ ପଞ୍ଜରେ
ସାଇତିଛି ବୋଲି
ନିଜକୁ ପାରିନି ଜାଳି l
ପ୍ରତିଶୃତି ଥିଲା
ପ୍ରୀତିର ମହକେ
ମହକିବ ହୃଦ ସଦା
ବିରହ ବେଦନା
ସହି ବାନି କେହି
ଆସୁ ଯେତେ ବିଘ୍ନ ବାଧା l
ଫୁଲ ହୋଇ କେବେ
ଫୁଟିବିନି କାହା
ମନ ଅଗଣାରେ ଜାଇ
ମଧୁପ ସାଜିକି
ଚୁମିବନି କେବେ
. ପ୍ରେମିକ ହୃଦୟ ନେଇ l
ଦୂରେ ଆଜି ଦୂରେ
ପାହାଡ଼ ସେପାରେ
ତୁମ ବଂଶୀ ସ୍ଵନ ଶୁଭେ
ଲୁହ ଝରିଆସେ
ହୃଦୟ ଥରାଇ
ମନେ ପଡ ତୁମେ ଯେବେ l