STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
194


ପ୍ରେମ ତ ଜୀବନ  ପ୍ରେମ ସୁଧା ସମ

ପବିତ୍ର ପ୍ରେମ ବନ୍ଧନ

ମାତା ପୁତ୍ର ପ୍ରେମ  ଭାଇ ଭଗ୍ନି ପ୍ରେମ

ନୈସର୍ଗିକ ପୂଣ୍ୟ ପ୍ରେମ ।।


ଗୁରୁ ଶିଷ୍ୟ ପ୍ରେମ  ଅତୁଟ ମହାନ

ଜେହ୍ନେ ଶୀତଳ ଚନ୍ଦନ

ଜନ୍ମ ଜନ୍ମାନ୍ତର   ପ୍ରେମ ନିରନ୍ତର

ଅମୃତ କରେ ଜୀବନ ।।


ପତି ପତ୍ନୀ ପ୍ରେମ  ଅତୁଟ ବନ୍ଧନ

ସାଥି ସାତ ଜନମର 

ଶ୍ରୀକୃଷ୍ଣ ଙ୍କ ସଙ୍ଗେ  ରାଧାରାଣୀ ରଙ୍ଗେ

ଯୁଗେ ଯୁଗେ ଅବତାର ।।


ନଳ ଦମୟନ୍ତୀ   ଅପୂର୍ବ ଭାରତୀ

ଯଥା କଚ ଦେବଜାନୀ

କେଦାର ଗଉରୀ  ଆଦାମ ଇଭ୍ ପରି

ପ୍ରେମ ଅଟେ ମହା ମାନି ।।


ଅଦମ୍ୟ ଶକତି   ପ୍ରେମର ମୂରତି

କୋଟି କାମଦେବ ସମ

ଏ ଜନ ଜୀବନ   କରେ ନିୟନ୍ତ୍ରଣ

ପ୍ରେମ ପୂତ୍ତ ପୂର୍ଣ୍ଣ ପୂଣ୍ୟ ।।


ପ୍ରେମ ଅଟେ ଭକ୍ତି  ଅସୀମ ଶକତି

ମୃତ୍ୟୁ କୁ କରେ ଅମୃତ

ପ୍ରେମ ବିନା ଏଇ   ଜୀବନ ଅସାର

ଲାଗେ ଯଥା ମୃତବତ୍ ।।


ପ୍ରେମେ ବଶୀଭୂତ   ସକଜ ଜଗତ

ପରଷ୍ପର ପ୍ରେମ ଭାବ

ବନ୍ଧନରେ ବନ୍ଧା   ହୋଇଅଛି ଛନ୍ଦା

ବିଶ୍ଵେ ପ୍ରେମ ପୂଣ୍ୟ ଶଦ୍ଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance