ବୟସର କୃଷ୍ଣଚୂଡ଼ା
ବୟସର କୃଷ୍ଣଚୂଡ଼ା


ବୟସର କୃଷ୍ଣଚୂଡ଼ା
ଯେବେ ଦିଏ ପତ୍ରଝଡା
ସମୟର ଅଳସ ଡେଣାରେ
କେମିତି ଲେଖିବି ସାଥୀ
ପ୍ରେମ ପ୍ରଣୟର ଗୀତି
ଯଉବନ ରହିଗଲା ଦୂରେ ।
ଏବେବି ପଡୁଛି ମନେ
ଘଟିଥିଲା ଯାହା ଦିନେ
ଏକାନ୍ତରେ ଭାରି ଏକାନ୍ତରେ
ବୁଝି ମୁଁ' ପାରୁନି ଆଜି
କେମିତି ହୋଇଲ ରାଜି
ଭିଜିବାକୁ ପ୍ରୀତିର ଜୁଆରେ ।
କୁଳୁକୁଳୁ ଗୀତ ଗାଇ
ଧାଏଁ ଅମାନିଆ ନଈ
କହ କେଉଁ ଅଜଣା ସହରେ
ଅନ୍ଧାର ଆସିଲେ ମାଡି
ରାତିଯେବେ ଯାଏ ବଢି
ମନମୋର କାହାପାଇଁ ଝୁରେ ।