ସତ୍ୟତା ଖୋଜୁଛି
ସତ୍ୟତା ଖୋଜୁଛି
ଆସକ୍ତି ଅନାସକ୍ତି
ଜୀବନରେ
ରଙ୍ଗ ହୀନ
ପୁନଃପୌନିକତା
ଅନସ୍ଥା ପ୍ରସ୍ତାବର
ଆଗମନ
ମୋରି ଜୀବନରେ ।
ମେଟା ଫିଜିକାଲ
ଜିଜ୍ଞାସା ପାଇଁ
ଏକ ମୁହାଁ
କାଳିଦାସ ମୁଁ ।
ମୋରି ଯିବା ପଥରେ
ସେଠି ସୂର୍ଯ୍ୟର
କିରଣ ନାହିଁ
ଜହ୍ନର
ଜ୍ୟୋସ୍ନା ନାହିଁ
ତାରାର
ମିଞ୍ଜି ମିଞ୍ଜି ଆଲୋକ ନାହିଁ ।
ତଥାପି
ସତ୍ୟତା ଖୋଜିବାକୁ ହେବ
ଜୀବନର
ଗତିପଥର ମୋଡ଼
ମୋର ବଦଳି ଯାଇଛି ।
ଜୀବନର ସବୁକିଛି ଗଲେ ବି
ଏବେ ମୁଁ ସତ୍ୟତା ଖୋଜୁଛି ।

