STORYMIRROR

Tapaswini DashSarangi

Abstract Romance

3  

Tapaswini DashSarangi

Abstract Romance

ଅପେକ୍ଷାର ଅନୁଭୂତି

ଅପେକ୍ଷାର ଅନୁଭୂତି

1 min
204

ନିଶିର ଆଗନ୍ତେ ଅନନ୍ତ ଗଗନେ

ଦେଖି କୌମୁଦୀ 

ମନେ ଅନୁରାଗ ହୁଏ ସଞ୍ଚାରିତ 

ଭାବେ ଇନ୍ଦିବର କୁମୁଦ ସୁନ୍ଦରୀ

ଆସିବେ ଶଶାଙ୍କ-ଦ୍ଵିଜରାଜ ।


ଅପେକ୍ଷାର ସ୍ଵାଦ ତିକ୍ତ ହେବ

ଅବା ରଜନୀ ହୋଇବ ମଧୁଝରା

ଜାଣିନି ସୁନ୍ଦରୀ ବିରହବିଧୁରୀ

ପ୍ରୀତି ମିଳିବ କି ମନଭରା।


ଶୁଣିଛି ସେ କାଳେ ଅପେକ୍ଷାରେ ମିଳେ

ହସ ଲୁହ ମିଶା ଅନୁଭୂତି

ଆଲିଙ୍ଗନ ମୁଦ୍ରା ଦେଖିବ ଜଗତ

କୁମୁଦିନୀ ସଙ୍ଗେ କଳାନିଧି।


ନୀଳ କଇଁର ଅପେକ୍ଷା ଦେଖି

ଛିଗୁଲାଉ ଥିଲା ସରୋବର

ଏତେ ରାତିକୁ ଯେ ସପନ ନିଅଣ୍ଟ

ପ୍ରତୀକ୍ଷା କି ହେବ ଅନ୍ତ ତୋର ?


କୁମୁଦବନ୍ଧୁ ସେ ଶଶୀ ଶଶଧର

ସ୍ମିତ ହାସ୍ୟ ଦେଇ ଆକାଶରେ

କୁହନ୍ତି ଲୋ କଇଁ ଆସିବି ତୋ ପାଶେ

ବିତାଇବି କ୍ଷଣ ତୋ ସାଥିରେ।



Rate this content
Log in

Similar oriya poem from Abstract