Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-36 : ଆଖି : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତି-କବିତା-36 : ଆଖି : -ଡକ୍ଟର କୃତ୍ତିବାସ ନାୟକ

1 min
210



ଆଖିରେ ଆଖିରେ କହିଦେଲ ତୁମେ ଅନେକ ଅକୁହା କଥା,

ଥରିଲା ଥରିଲା ଓଠରେ ଆହୁରି ରହିଲା ମଧୁର ବ୍ୟଥା |(ଘୋଷା)


ଛୁଇଁଲା ଛୁଇଁଲା ଲାଗୁଥିଲା ମୋତେ ତୁମରି ଅଛୁଆଁ ଦେହ, 

ହସିଲା ହସିଲା ମନରେ ତୁମର ଲୁଚିଥିଲା ମିଠା କୋହ |

ଭାସିଲା ଭାସିଲା ଓଢଣିର ତଳେ ପୋତିଥିଲ ତୁମ ମଥା |,

ଆଖିରେ ଆଖିରେ କହିଦେଲ ତୁମେ ଅନେକ ଅକୁହା କଥା,

ଥରିଲା ଥରିଲା ଓଠରେ ଆହୁରି ରହିଲା ମଧୁର ବ୍ୟଥା | (1)


ନାଚିଲା ନାଚିଲା ହୃଦୟ ମୋହର ଯାଉଥିଲା ତୁମ ପାଶ,

ଡାକିଲା ଡାକିଲା ଲାଗୁଥିଲା ତୁମ ନବବଧୂ ନୂଆବେଶ | 

ଭାଙ୍ଗିଲା ଭାଙ୍ଗିଲା ଲାଗିଲା ସପନ ଅଧ ପ୍ରୀତିଲାଗେ ପିତା,

ଆଖିରେ ଆଖିରେ କହିଦେଲ ତୁମେ ଅନେକ ଅକୁହା କଥା,

ଥରିଲା ଥରିଲା ଓଠରେ ଆହୁରି ରହିଲା ମଧୁର ବ୍ୟଥା | (2)



Rate this content
Log in

Similar oriya poem from Romance