Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Romance

3.4  

KRUTIBAS NAYAK

Romance

କବିତା ପର୍ବ : (ଅତିରିକ୍ତ) ଗୀତିକବିତା-31 : ପାଦ : -ଡକ୍ଟର କୃତ୍ତିବାସ ନାୟକ

କବିତା ପର୍ବ : (ଅତିରିକ୍ତ) ଗୀତିକବିତା-31 : ପାଦ : -ଡକ୍ଟର କୃତ୍ତିବାସ ନାୟକ

1 min
176



ଚିହ୍ନା ଚିହ୍ନା ମୁହଁ ଦେଖି ପାଦଗଲା ଅଟକି,

ଚମକି ପଡ଼ିଲି ତା'ର ନୂଆ ରୂପ ଦେଖିକି | (ଘୋଷା)


ଯିଏ ମୋତେ କହୁଥିଲା ମୁହିଁ ଏକା ତୁମର,

ତୁମବିନା ଏ' ଜୀବନ ହେଇଯିବ ବେକାର |

ଆଜି ଚିହ୍ନି ପାରିଲାନି ଗଲା ମୁହଁ ମୋଡ଼ିକି |

ଚିହ୍ନା ଚିହ୍ନା ମୁହଁ ଦେଖି ପାଦ ଗଲା ଅଟକି,

ଚମକି ପଡ଼ିଲି ତା'ର ନୂଆ ରୂପ ଦେଖିକି | |(1)


ସିନ୍ଥିରେ ସିନ୍ଦୂର ପୁଣି ପାଦରେ ତା' ଝୁଣ୍ଟିଆ,

ପିନ୍ଧିଛି ସେ ପାଟଶାଢ଼ୀ ମଥାପରେ ଖଣ୍ଡୁଆ |

ବର ସଙ୍ଗେ ଗପିଗପି ଯାଏ ବେଣୀ ଛାଟିକି |

ଚିହ୍ନା ଚିହ୍ନା ମୁହଁ ଦେଖି ପାଦ ଗଲା ଅଟକି,

ଚମକି ପଡ଼ିଲି ତା'ର ନୂଆ ରୂପ ଦେଖିକି | | (2)



Rate this content
Log in

Similar oriya poem from Romance