STORYMIRROR

Basanti Pattnaik

Romance Classics Inspirational

3  

Basanti Pattnaik

Romance Classics Inspirational

ନବ ବର୍ଷ

ନବ ବର୍ଷ

1 min
165


ନବ ବର୍ଷର କୁହୁଡି

    ଆଜି ଧରାକୁ ଘେରିଛି

ସୂରଜ ର ପହିଲି କିରଣ

    ଶୁଭ ଆଲୋକ ଢାଳୁଛି

ମୋ ତନୁ ମନ ଶିହରୀ ଉଠି

    ତୁମକୁ ଖାଲି ଖୋଜୁଛି

 ମାନସ ପଟରେ ଅତୀତ ର

     ଛବି ନାଚି ଉଠୁଛି

ନବ ଦିବସ ନୂତନ ସଞ୍ଚାର

    ଧରାରେ ବିଞ୍ଚି ଚାଲିଛି

ଶୁଭମୟ ହୋଇ ଧରଣୀ ମାତା

    ଶୁଭ୍ର ତାରେ ହସି ଉଠୁଛି

ଫୁଲର ମହକେ ପ୍ରଜାପତି

     ମତୁଆଲା ସାଜିଛି

 ଏ ଫୁଲରୁ ସେ ଫୁଲ ଡେଇଁ

     ଦେହର ତାତି କୁ ମାପୁଛି

ନୂଆ ଆଶା ନୂଆ କାମରେ

    ମଣିଷ ପାଦକୁ ଥାପୁଛି

ନୂଆ ଯୋଜନାରେ ସଫଳ ସିଡି କୁ

     ଚଢ଼ିବାକୁ ପ୍ରୟାସ କରୁଛି

ବରଷ କ ଥରେ ଖୁସି ମନରେ

     ନବ ବର୍ଷକୁ କରୁ ସ୍ବାଗତ

 ପୁରୁଣା ପୃଷ୍ଠା କୁ ଆଧାର କରି

     ନିଜକୁ କରି ସଜାଗ

 ପୁରୁଣା ଦିନକୁ ମନଟା କଣ

     ସତରେ ଯାଏ କି ଭୁଲି?

 ନୂଆ ପୁରୁଣା ର ବିଭେଦ କଣ 

     ଆଜି ଭି ପାରିନି ବୁଝି

 ପ୍ରେମ ର ମୋତି କୁ ଆଜି ଭି ମୁହିଁ

      ମନରେ ସଜାଇ ରଖିଛି

  ତୁମ ଜିନିଷ କୁ ମଝିରେ ମଝିରେ

      ଅତି ଯତନେ ପୋଛୁଛି

 ନବ ଦିବସ ରେ ମନ୍ଦ ପବନ

      ମୃଦଙ୍ଗ ବଜାଇ ଝୁଲୁଛି 

 ଧରଣୀ ମାତା ନାଚ ଗୀତରେ 

      ଝୁମି ଝୁମି ହୋଇ ହଲୁଛି

 ନବ ଦିବସ ରେ ଜନ ସମାଜ

     ଆନନ୍ଦେ ଉଲ୍ଲାସେ ଡେଉଁଛି

ଭୋଜି ଭାତ ନାଚ ଗୀତରେ

      ମସୁଗୁଲ୍ ହୋଇ ନାଚୁଛି

ନୂଆ ଆଶା ନୂଆ ବାର୍ତ୍ତା 

      ନବ ଦିବସ ଦ‌ଉଛି

ପର ଆପଣା ଭେଦଭାବ ଭୁଲି

      ଏକାଠି ହେବାକୁ କହୁଛି।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance