Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarat Manhira

Children Stories

3  

Sarat Manhira

Children Stories

ରାକ୍ଷୀ ବନ୍ଧନ

ରାକ୍ଷୀ ବନ୍ଧନ

1 min
198


କେବେ ଜନ୍ମର କେବେ ବନ୍ଧନର

   ରାକ୍ଷୀ ବନ୍ଧନ ପ୍ରେମର

ବାନ୍ଧିଲି ଭାଇହାତକୁ ତୋର

   ରଖିବୁ ମୋର ଚିର ମାନ ସମ୍ମାନ l


ରାକ୍ଷୀ ଏକ ରେଶମର ଡୋରି

   ଯେତେ ଭାଙ୍ଗିଲେ ବି ଭାଙ୍ଗି ହୁଏନି

ସେ ଭାଇ ଭଉଣୀର ସ୍ନେହ ସମ୍ପର୍କ

   ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ଯୋଗସୂତ୍ର l


ଶ୍ରୀକୃଷ୍ଣ ହାତେ ଦ୍ରୌପଦୀ ବାନ୍ଧିଥିଲେ ରାକ୍ଷୀ

   ତେଣୁ ରଖିଥିଲେ ତା' ସମ୍ମାନ

କୁରୁସଭାରେ ଦେଇ କୋଟି ବସ୍ତ୍ର

   କୃଷ୍ଣ ଦେଇଥିଲେ ସେ ଅମୂଲ୍ୟ ଉପହାର l


ଏମିତି ମୋ ହୃଦୟରେ ଅଛ ଭଉଣୀ

    ଯେବେ ଦୁଃଖରେ ଭାଙ୍ଗି ପଡ଼ିବୁ

ରକ୍ଷା କବଚ ଭାବେ ହୋଇ ଉଭା

    ଢାଙ୍କି ଦେବି ଖୁସିର ଲହରୀ ଆଣି ।


ଆଜି ଭଗବାନ ନିକଟରେ ଏତିକି ବିନତୀ

   ସବୁ ଜନମରେ ହେଇଥାଅ ମୋ ଭଉଣୀ

ଏ ସମ୍ପର୍କ ହୀରା, ମୋତି ଠୁ ଅଧିକ

   ଯେଉଁଠି ବି ଯିବୁ ଖୁସିରେ ଥିବୁ l


Rate this content
Log in