STORYMIRROR

Sarat Manhira

Fantasy

3  

Sarat Manhira

Fantasy

ଭିନ୍ନ ଏକ ବନ୍ଧୁତ୍ୱ ଭାବ

ଭିନ୍ନ ଏକ ବନ୍ଧୁତ୍ୱ ଭାବ

1 min
171


        ପୁରୁଣା ବନ୍ଧୁତ୍ବର ମନଟି ହଜିଥିଲା

        କ୍ଷମା ମେହେର ଡିଗ୍ରୀ କଲେଜ ପରିସରରେ,

        ଯେଉଁଠି ସାର୍ଟିଫିକେଟ ଦୂରେଇ ଦେଇଥିଲା

        ଆମର ନିଆରା ବନ୍ଧୁତ୍ୱଭାବକୁ,

        ଦିନେ ସେଇଠି ଖୋଜିବାକୁ ଯାଇଥିଲି

        ସେଇ ଚିହ୍ନା ମଣିଷକୁ

        କିନ୍ତୁ କାଁ ଭାଁ ବନ୍ଧୁମାନେ ଦେଖାହେଲେ

        ହେଲେ ପୂର୍ବପରି ଆଉ ନ ଥିଲେ

        ସମସ୍ତେ ଆଭିଜାତ୍ୟ ପୋଷାକ ପିନ୍ଧି

        ଇଂରାଜୀରେ କଥାବାର୍ତ୍ତା କରୁଥିଲେ.....!


       ଆଉ କେତେ ବନ୍ଧୁ ଆଖି ପିଛୁଲାରେ ଦେଖି

       ମୁହଁ ମୁଡି ତାଙ୍କବାଟରେ ଚାଲିଯାଉଥିଲେ

       କାହିଁକି ଏମିତି କରୁଥିଲେ ଜାଣିପାରେ ନାଁ

       ଯାହା ମୋ ମନ ପାଉଥିଲା

       ମୋ ପାଖରେ ସେତେ ଧନବଳ ନ ଥିଲା

       ସେଥିପାଇଁ ଏ ବନ୍ଧୁମାନେ

       ମୋ ଠୁ ଦୂରେଇ ଚାଲିଯାଉଥିଲେ.....!


       କିଛି ସମୟ କଦମ୍ବମୂଳେ ବିଶ୍ରାମକରି

       ଶୋକର ଅକାରଣ ଦୁଃଖ ଉଙ୍କିମାରୁ ଆସୁଥିଲା 

       ଯେତେ ବନ୍ଧୁ ଆଉ ଥିବେ କେଉଁଠି ଥିବେ

       କେତେ ବନ୍ଧୁ ତୋ' ମାଟିରେ ଘର କରିଥିବେ

       ଆଉ କେତେ ଅକ୍ଲାନ୍ତ ପୀଡା ସହୁଥିବେ

       ତଥାପି ଏ ଦୁନିଆରେ

       କିଏ ଜୀବନ ଯୁଦ୍ଧରେ ହାରି ଯାଇଥିବ

       କିଏ ହାରି - ହାରି କାନ୍ଦି ଥିବ,

       ହେଲେ ଫେରେନା ଆଉ ସେ ସ୍ମୃତି

       ଯେତେ ଦୂର - ଦିଗନ୍ତରେ ଉଡିଲେ ବି ପକ୍ଷୀ

       ଛୁଇଁପାରେନା ଆକାଶ,

       ଯେତେ ମନେପକାଇଲେ ବି ଅତୀତ

       ଦୁଃଖ ଛଡା ଦିଏନି ସୁଖ....... I


       

       

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy