STORYMIRROR

Anupama Sahu

Abstract Drama

4  

Anupama Sahu

Abstract Drama

ଚା

ଚା

1 min
176


ପବନ ବହୁଛି  ସୁଲୁସୁଲୁ ହୋଇ 

   କୋହଲା କଲାଣି ପାଗ 

ମନ ଖୋଜୁ ଥାଏ   କପେ ଯେ ଗରମ 

   ବାମ୍ଫ ଉଠା ଚାହା ଆଗ ।୧।

ଘରେ ହେଉ ଅବା  ଦୋକାନ ବଜାରେ 

   ସନ୍ଧ୍ୟାର ତ ଶେଷ ରାଗ 

ନିସ୍ତେଜ ମନକୁ  ସତେଜ କରଇ 

    ରଖିଲେ ଚା' ରେ ସରାଗ।୨।

ଶୀତ ସକାଳରେ  ବରଷା କାଳରେ 

   ଚା ' ଯେ ଦିଅଇ ଆନନ୍ଦ 

ସଞ୍ଜ ସକାଳର  ତୃପ୍ତୀର ଆମୋଦ 

   ଶାନ୍ତି ର ମିଳେ ଯେ ସ୍ୱାଦ।୩। 

ପ୍ରତିଦିନ ଦୁଇ କପ୍  ଚା' ପାନ ରେ 

   ମସ୍ତିଷ୍କ ହୁଅଇ ସ୍ଥିର

ଔଷଧୀୟ ଗୁଣ  ମିଳଇ ଚାହା ରୁ 

  କ୍ଳାନ୍ତି ହୋଇଥାଏ ଦୂର।୪। 

ପିପଳି, ଅଦା ଯେ  ଗୋଲମରିଚକୁ 

   ତେଜପତ୍ର, ଗୁଜୁରାତି 

ଟିକେ ଦେଇ ଶୁଣ୍ଠି  ଯେ ଜନ ପିଅଇ 

   ଜ୍ୱର, ଥଣ୍ଡା କମେ ତାତି।୫।

ଆଜି ପ୍ରତି ଘରେ  ଆନନ୍ଦ ପାଉଛି 

  ଚାହାର ପ୍ରତିଟି ବିନ୍ଦୁ 

ପାଶ୍ଚାତ୍ୟ ଦେଶରୁ  ଆସି ଆମ ଦେଶେ 

  ପାଲଟିଛି ପୁଣି ବନ୍ଧୁ।୬।

ଯେତେ ବଖାଣିଲେ  ସରିବନି ଏହା 

   ଚା' ର ଗୁଣର ମହିମା 

ଟିକେ ଯଦି ଊଣା  ହୋଇଯିବ କେବେ 

   ଚଡକ ମୁଣ୍ଡେ ମଣିମା।୭। 


        

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract