STORYMIRROR

Papu parida

Drama Action Others

4  

Papu parida

Drama Action Others

କ୍ରିକେଟ

କ୍ରିକେଟ

1 min
175


ଶୁଣ ଶୁଣ ଶୁଣ ଶୁଣ, ଆହେ ସବୁ ବିଜ୍ଞ ସୁଧିଜନ

ମନଦେଇ ଶୁଣ ଥରେ, କ୍ରିକେଟ ନିୟମ କାନୁନ।

ହଁ ହଁ ନିୟମ କାନୁନ।


ଖେଳ ମଧ୍ୟେ ଶ୍ରେଷ୍ଠ ଲାଗେ, ଏ କ୍ରିକେଟ ଖେଳ

ଏ ଖେଳ ଖେଳିବାକୁ ଯୁବକ ହୁଅନ୍ତି ପାଗଳ।

ହଁ ହଁ ହୁଅନ୍ତି ପାଗଳ।


ଥାଆନ୍ତି ଏଠି ଦୁଇ ଦଳ ମଧ୍ୟେ, ଏଗାର ଏଗାର

ଭିନ୍ନ ଭିନ୍ନ ରୂପେ ଦେଖାନ୍ତି, ପ୍ରତିଭା ତାଙ୍କର।

ହଁ ହଁ ପ୍ରତିଭା ତାଙ୍କର।


ପଡିଆ ମଧ୍ୟରେ ପୋତାଯାଏ, ଛଅଟି ଖୁଣ୍ଟି

ପେଣ୍ଡୁ ଯଦି ବାଜେ ୟାକୁ ଖେଳ, ସରିଲା ଜାଣନ୍ତି।

ହଁ ହଁ ସରିଲା ଜାଣନ୍ତି।


ବେଟ ଧରି ଗୋଟେ ପଟେ, ଛିଡା ବ୍ୟାଟ୍ସମେନ

ଅନ୍ୟପଟେ ବଲ ଧରି, ଫିଙ୍ଗାଳୀ ବିଦ୍ୟମାନ।

ହଁ ହଁ ଫିଙ୍ଗାଳୀ ବିଦ୍ୟମାନ।


ବେଟ ବାଜି ସୀମା ଯଦି, ପାର ହୁଅଇ

ଗଡିଥିଲେ ଚାରି ଉଡିଥିଲେ, ଛଅ ବୋଲାଇ।

ହଁ ହଁ ଛଅ ବୋଲାଇ।


ପେଣ୍ଡୁ ଯଦି ଯାଇ ବାଜେ, ମୁଖ୍ୟ ଖୁଣ୍ଟକୁ

ଖେଳାଳି ଯେ ଫେରିଯାଏ, ତା ନିଜ ସ୍ଥାନକୁ।

ହଁ ହଁ ତା ନିଜ ସ୍ଥାନକୁ।


ବ୍ୟାଟ୍ସମେନ ଯଦି ମାରେ,ପେଣ୍ଡୁକୁ ଜୋରରେ

ବାହାର ହୁର ଯଦି ପଡେ, ଦଶ ଜଗାଳି ହାତରେ।

ହଁ ହଁ ଦଶ ଜଗାଳି ହାତରେ।


ପ୍ରହାର କରି ପେଣ୍ଡୁକୁ ଧାଇଁବାକୁ ପଡେ, ଦି ଖୁଣ୍ଟି ଭିତରେ

ଯେ ପର୍ଯ୍ୟନ୍ତ ପେଣ୍ଡୁ ନ ପହଞ୍ଚିଛି, ଫିଙ୍ଗାଳୀ ହାତରେ।

ହଁ ହଁ ଫିଙ୍ଗାଳୀ ହାତରେ।


ପ୍ରଥମ ଦଳ ଖେଳାଇ ନିଦ୍ଧିଷ୍ଟ, ସଂଖ୍ୟକ ଓଭର

ଅନ୍ୟ ଦଳ ମଧ୍ୟ ଖେଳନ୍ତି, ହୋଇ ଆଗଭର।

ହଁ ହଁ ହୋଇ ଆଗଭର।


ଯଦି ନେବେ କରି ପୁରା ଯେତେ ଲକ୍ଷ୍ୟ ତାଙ୍କର

ଜିଟା ହେବ ନ ହେଲେ, ଜାଣିଥାଅ ଯେ ହାର।

ହଁ ହଁ ଜାଣିଥାଅ ହାର।


ଥାଏ ଏଠି କ୍ରିକେଟର, ବିଭିନ୍ନ ବିଭିନ୍ନ ପ୍ରକାର

ଟେଷ୍ଟ,ୱାଣ୍ଡେ,ଟି ଟ୍ୱଣ୍ଟି ସାଙ୍ଗେ ,ସୀମିତ ଓଭର।

ହଁ ହଁ ସୀମିତ ଓଭର।


ଗାଁ ଗାଁ ସହର ସହରେ ଏ ଖେଳଟି ବିଖ୍ୟାତ

ଆମ ଖେଳାଳି ଭଲ ଖେଳି ହେଲେଣି, ଜଗତେ ସୁଖ୍ୟାତ।

ହଁ ହଁ ଜଗତେ ସୁଖ୍ୟାତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama