STORYMIRROR

Bibhuti Bhusan Mohanty

Abstract Drama

4  

Bibhuti Bhusan Mohanty

Abstract Drama

ଥୁଣ୍ଟା ଗଛ

ଥୁଣ୍ଟା ଗଛ

1 min
400

ବେଳେ ବେଳେ ନୀରବରେ ମୁଁ ବସି ଭାବେ

ଜୀବନଟା କଣ ସେଇ ମୋ ଅଫିସ ଆଗରେ

ଥିବା ଥୁଣ୍ଟା ବରଗଛ ଭଳି?

ରଙ୍ଗହିନ ପତ୍ରଝଡା ଧୁସରିଆ ଜୀବନ

ନାହିଁ କୋଳାହଳ ନାନା ବିହଙ୍ଗର

ସବୁ ପରିତ୍ୟକ୍ତ ଆଜି

ଅତୀତର ଅବୁଝା କଥା ଭଳି....।।


ଜୀବନର ଉଥାନ ପତନ ଦେଖି ଦେଖି

ମୁଁ ମଧ୍ୟ ଏବେ ସେଇ ପୁରୁଣା ଥୁଣ୍ଟା ଗଛ ଭଳି

ନିରବ ବେଦନାର ଗନ୍ତାଘର ମୁହଁ ମାଡି ପଡିଥିବା ଠିକ ଏକ ଆଟିକା ପରି.....।।


ବହୁତ ମନେପଡେ ଆଜିକାଲି ମୋ ଶୈଶବ ଆଉ ଯୌବନ...

ବିତେଇଥିବା ମୋ ସେଇ ସୁଖଦ ସ୍ମୁତିରାଜି

ଆଖିଟା ଭିଜିଯାଏ ଆଉ ଅତୀତଟା କଡ଼ଲେଉଟାଏ

ବିତେଇଥିବା ସୁଖଦ ମୁହୂର୍ତ୍ତ ଗୁଡିକରୁ...।।


ଅଛ କେଉଁଠି

ଥରେ ଫେରି ଆସନ୍ତ କି

ଏ ଥୁଣ୍ଟା ଗଛକୁ

ସବୁଜତାର ସ୍ପର୍ଶ ନେଇ

ମୋ କୋଳକୁ...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract