STORYMIRROR

Snigdha Nayak

Drama Inspirational Children

4  

Snigdha Nayak

Drama Inspirational Children

ମୋ ପିଗି ବ୍ୟାଙ୍କ

ମୋ ପିଗି ବ୍ୟାଙ୍କ

1 min
21

ଟିନି, ମିନି ଆଉ ମୁନା

ଗଲେ ଦେଖିବାକୁ ମେଳା

ଆଉ ସାଥିରେ ,ବାହାରିଲେ

ଲୀନା ଆଉ ମିସ୍ ମିଲି

ନେଇ ସାଥିରେ କଅଂଳିଆ ଡଗି ସିଲି


ରଙ୍ଗ ବିରଙ୍ଗ ଖେଳଣା ଭିତରେ

ଦେଖିଲେ ସେମାନେ ପିଗିବ୍ୟାଙ୍କ

ଦେଖିବାକୁ ଭାରି ସୁନ୍ଦର

ହେଲେ କଲେନି ,ପସନ୍ଦ କେହି କହି କାମ ତା' ଅସୁନ୍ଦର 


କହେ ଟିନି ଦିନ ଯାକ ଖାଏ ଅଳିଆ

ଅସନା ପଶୁଟିଏ

ପସନ୍ଦ କାହାକୁ ସିଏ ଯେ କିଭଳିଆ 


କହେ ଶୁଣି ମୁନା

ହଁ,.... ଲୋ ଲୀନା

ଖାଉଛି ସିଏ ଦିନସାରା ଅସନା

କରେ ବୋଉ ପରା, ତା' ପାଖକୁ ଯିବା ମନା


ଲାଞ୍ଜ ହଲାଇ ତାଙ୍କ କଥାରେ ଦିଏ ସମ୍ମତି

କୁଇଁ.. କୁଁଇ କରି କରେ ସେ ବିରକ୍ତି 


ଶୁଣି କହିଲେ ମିସ୍ ମିଲି

ସିଏ ଯେ ଉପକାରୀ ବନ୍ଧୁ ଆମର

ଖାଇ ସଫା କରେ,ଦୁର୍ଗନ୍ଧ ନର୍ଦମା, ନାଳି

ପରିବେଶ କୁ ରଖେ ପରିଷ୍କାର

ଅସନା କହି କରନା ତାକୁ ବହିଷ୍କାର


କଥାଟା ସଭିଙ୍କ ମନକୁ ପାଇଲା

ଦେଇ ଟଙ୍କା କୁନା ପିଗିବ୍ୟାଙ୍କ କୁ କିଣି ଆଣିଲା  

ଯତନେ ଶୋଇବା ଘରେ ନେଇ ଥୋଇଲା 

ପିଗି ବ୍ୟାଙ୍କ ରେ ଜମାଏ ପଇସା

ସବୁ ଜୀବ ସମାନ କର ଭରସା

ସଭିଏଁ ଉପକାରୀ

ଅସନା କହି ଦେଲେ ଆଡେଇ

ସ୍ୱଚ୍ଛତା ଅଭିଯାନ ପାଇଁ

ବନ୍ଧୁ ଟିଏ ପାଇବା କି ଆଉ ତାଙ୍କ ଭଳି ।।

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama