ମନ ର ନୀରବତା
ମନ ର ନୀରବତା
ସବୁ ଭୁଲି ଗଲୁ ତୁ....
ଜାଣେନି
ଏଇଟା ସମୟର ବିଡମ୍ବନା ଥିଲା
ନା ଆଉ କିଛି...
ସେ ଯାହା ବି ହେଉ
ତୁ ଯାହା ଦେଇଛୁ
ତାକୁ ତୋର ଆଶୀର୍ବାଦ
ମାନି ନେଇଛୁ;
ମାନି ନେଇଛୁ
ତାହା ହିଁ ଥିଲା ତୋର ଭଲ ପାଇବା l
ସୃଷ୍ଟି କର୍ତ୍ତା ହୋଇ
ତୁ ଚାହିଁଲୁ ବିନାଶ
କରିଲୁ ସର୍ବନାସ
ତୁ କହିଲୁ ଆମେ ଶୁଣିଲୁ
ଅବୋଧ ନା କେବେ ହୋଇ ଥିଲୁ
ନା ହେଉଛୁ... l
ତୁ କହୁଥିଲୁ ଆମେ ଶୁଣୁଥିଲୁ
ଆଉ ବିଶ୍ୱାସ କରୁଥିଲୁ l
ତୋର ପ୍ରତିଟି କଥା ଥିଲା
ଆମ ପାଇଁ ପ୍ରେରଣା l
ତୋର ପ୍ରତିଟି ଗାଳି ଥିଲା
ଆମର ଠିକ ବାଟ ରେ ଯିବା ପାଇଁ ମାର୍ଗ l
ତୋର କଥା କୁ ବିଶ୍ୱାସ କରି
ଆମେ ହେଲୁ ହାତ ରୁ ଦୁଇ ହାତ
ତୁ କହିଥିଲୁ ମୁଁ ଅଛି
ସବୁବେଳେ ତମମାନଙ୍କ ପାଇଁ,
ତୁମ ମାନଙ୍କ ସହିତ
ଆମେ ବିଶ୍ୱାସ କରିଥିଲୁ..l
କିନ୍ତୁ ତୁ ରଖିଲୁନି ତୋ କଥା
ତୁ ଠକି ଦେଲୁ l
ତୁ ଥିଲୁ ଆମର ଶକ୍ତି,
ଆମେ କରୁଥିଲୁ ଭକ୍ତି
ତୁ ଥିଲୁ ଆମ ସାହସ
ଆମେ କରୁଥିଲୁ ତତେ ଭରସା
ଆଉ ତୁ କଲୁ ଆମକୁ ନିରାଶା l
ତୋର ପ୍ରତିଟି ଛୋଟ ବଡ ଖୁସି ଦିନ
ଆମ ପାଇଁ ଥିଲା ଉଲ୍ଲାସ ର ଦିନ l
ତୁ ଥିଲୁ ଆମ ଭଗବାନ
ପୁଣି ତୁ ଥିଲୁ ଆମ ସନ୍ତାନ l
ସମୟର ବିଡମ୍ବନାରେ
ଆଜି ଅଛି ସେହି ମନ୍ଦିର
କିନ୍ତୁ ନାହିଁ ସେ ମନ୍ଦିରେ ଠାକୁର
ନାହିଁ ତୋର ଆଶୀର୍ବାଦ,
ନାହଁ ସେହି ଭଲ ପାଇବା...l

