STORYMIRROR

Ipsita nirmalendu

Abstract Tragedy Classics

3  

Ipsita nirmalendu

Abstract Tragedy Classics

ସ୍ମୃତି ର ଇଲାକାରେ

ସ୍ମୃତି ର ଇଲାକାରେ

1 min
265


ରାତିର ଅନ୍ଧକାରରେ 

 ଶାନ୍ତ ନୀରବତାରେ

 ହୃଦୟର କେଉଁ କୋଣେ.. 

ଉଦିତ ହୁଏ ଅଭୁଲା ସ୍ମୃତି.. ;

ଅଭୁଲା ସ୍ମୃତିକୁ ସଜାଡୁ ସଜାଡୁ 

ପାହି ଯାଏ ପୁଣି ଏଇ ରାତି...|


ଭାରି ଅମାନିଆ ଅଶ୍ରୁର ଧାର

     ବୋଲ ସେ ମାନେନି;

 ସ୍ମୃତିକୁ ଆଦରି 

    ମନର କାଗଜେ 

ଆଙ୍କି ଯାଏ ସେ ଛବି...|

  

ଖଟା ମିଠା, 

     ଅନାବନା ଛବିକୁ 

 ସାଉଁଟୁ ସାଉଁଟୁ 

ପାହି ଯାଏ ପୁଣି ରାତି... |


ରାତି ପହିଯାଏ

 ସ୍ମୃତି ରହିଯାଏ ଅଧା, 

ସକାଳର ଶୀତଳ ପବନ 

  ଅରୁଣିମାର ପହିଲି କିରଣ 

କହିଯାଏ କାନେ 

    ନୂତନ ଦିନ ତୋ ଅପେକ୍ଷାରେ..; 

ସ୍ମୃତିକୁ ସାଉଁଟିଲେ 

     ସଂସାର କି ଚାଲେ ଆଜି.. |    

    ହୃଦୟ ଯେ କହେ ସ୍ମୃତିରେ 

          ପାଇକି ପାଇଛି ଆଜି ଶାନ୍ତି

    ଅବୁଝା ହୃଦୟ ସବୁ ଜାଣି ପୁଣି 

           ବର୍ତମାନରେ ତୁମକୁ ଖୋଜେ.. !


                       


Rate this content
Log in

Similar oriya poem from Abstract