Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyabrata Mohanty

Drama Fantasy Inspirational

4  

Priyabrata Mohanty

Drama Fantasy Inspirational

କରୋନା ଭାଗ-୮

କରୋନା ଭାଗ-୮

1 min
216


ଶୁଣ ଭାଇ      ଶୁଣ ଟିକେ

ଅମାନିଆଙ୍କର ଗୁଣ,

କାମ ଧନ୍ଦା      ନାହିଁ କିଛି

ବଜାରେ କରନ୍ତି ରଣ ।


ମାସ୍କ ଜମା      ପିନ୍ଧେ ନାହିଁ

ପକଟେ ରଖିଛି ଭରି,

ପଚାରିଲେ      କହୁଛି ସେ

ଶ୍ୱାସରୁଧେ ଯାଏ ମରି ।


ମାସ୍କ ପିନ୍ଧି      ହେବ କଣ

ଖାଇନୁ କାହାର ଋଣ, ।


ମାଛି ପରି      ଉଡ଼ି ବୁଲେ

ମାନେନି ସହର ବଣ,

ଯୋଡି ହୋଇ      ଚାଲିବାକୁ

ଯେମିତି କରିଛି ପଣ ।


ପଚାରିଲେ      ଛାଡି ଦେବେ

ନାହିଁ ନଥିବାର ବାଣ ।


ଚାରି ଆଡ଼େ      ତାଲାବନ୍ଦୀ

ସରେନାହିଁ ବୁଲା ତାର,

ମେଳି ହୋଇ      ତାଶ ଖେଳେ

ମଦ ପାଇଁ ବାର ଘର ।


ଘର ପଛେ      ଭାସି ଯାଉ

ମୁଁହ ଖଣ୍ଡେ ବହୁ ଟାଣ ।


କରୋନାର       ଦ୍ୱାହି ଦେଇ

କରେ କୁମ୍ଭୀର ରୋଦନ,

କଟକଣା      ମାନନ୍ତିନି

ବସନ୍ତି ଖୋଲି ଦୋକାନ ।


ଅଭାବର      ଗାଏ ଗୀତ

କୁହେ ନାହିଁ ଶାଗ ଲୁଣ ।


Rate this content
Log in