STORYMIRROR

Prakash Sahoo

Drama

4  

Prakash Sahoo

Drama

ବଦଳି ଯାଇଛି ମୋ ଗାଁ

ବଦଳି ଯାଇଛି ମୋ ଗାଁ

1 min
337


ଆଜି ଆଉ ନାହିଁ ସେ

ଶିଝୁ ବାଡ଼, ଆମ୍ବ ବଣ କିଆ ବୁଦା

ଧୁ ଧୁ ଖରା ରେ କଣ୍ଟେଇ ବୁଦା ମୂଳେ

ଝିଙ୍କାରୀ ର ଝୀଂ ଝୀଂ ଶବ୍ଦ

ଆମ୍ବ ପତ୍ର ଗହଳ ରେ କୋଇଲି ର ଗୀତ

କଙ୍କି ଆଉ ପ୍ରଜାପତି ଧରିବାର ଦୃଶ୍ୟ

ନୂଆ ବୋହୂ ଥିରି ଥିରି ଚାଲି

ବଦଳି ଯାଇଛି ମୋ ଗାଁ

ଆଜି ଆଉ ନାହିଁ ସେ

ଶସ୍ୟ କ୍ଷେତେ ଖିଲି ଖିଲି ହସୁଥିବା ଧାନଗଛ

ନଦୀକୂଳେ ନୃତ୍ୟରତ କାଶତଣ୍ଡି ଫୁଲ

ଗ୍ରୀଷ୍ମ ପ୍ରବାହ ରେ ପିଲା ଙ୍କ ର ନଦୀକ୍ରୀଡ଼ା

ନାଉରିଆ ଗୀତ ଗାଇ ମାଛ ଧରୁଥିବ

ସ୍ଥିର ଜଳେ ମାଛ ରଙ୍କା ଧ୍ୟାନ ମଗ୍ନ ଥିବ।

ଆଉ ନାହିଁ ସେ

କୁଅଁର ପୁନେଇଁ,ରଜ ଦୋଳି ଗୀତ

ମୁଣ୍ଡ ରେ ଚନ୍ଦନ ଟୋପା

ପାଦ ରେ ସରୁ ଅଳତା

ବେଣି ରେ ରିବନ ଫିତା

ପୁଚିଖେଳ,ଲୁଚକାଳି,ଲୁଡୁ ଖେଳ

ଅପରାହ୍ନ ରେ କବାଡି ର ଖେଳ

ଗାଁ ଦାଣ୍ଡେ ଗୋଧୂଳି

ବଦଳି ଯାଇଛି ମୋ ଗାଁ

ଆଉ ନାହିଁ ସେ

ଶୀତଦିନ କୁହୁଡ଼ିଆ ସଖାଳ ରେ

ନିଆଁ ଜାଳି ଏକାଠି ବସିବାର ଦୃଶ୍ୟ

ପୋଡା ପିଠା ଆରିଶା ର ବାସ୍ନା

ଚକୁଳିଆ ପଣ୍ଡା ର ସେ ଗୀତ

ଜେଜେମା ର ରାଜାପୁଅ ଗପ

ଝିପି ଝିପି ବର୍ଷା ର କାଦୁଅ ର ରାସ୍ତା

ଅଗ୍ନିପୁର୍ଣିମା ରେ କାଳିସି ଲାଗିବାର ପର୍ବ

ବଦଳି ଯାଇଛି ମୋ ଗାଁ

ଆଉ ନାହିଁ ସେ

ଭାଗବତ ଟୁଙ୍ଗି ଘର,

ଯାନୀ ଯାତ୍ରା,ଶଗଡ଼ ଗାଡ଼ି

ହଳଦୀ ବସନ୍ତ,ଭଦଭଦଳିଆ ର ମୁହଁ

ଦେଖି ଶୁଭ ଖବର ମିଳିବାର ର ବାର୍ତ୍ତା

ବାଆ ବତାସ କୁ ନ ଡରି ସୂକ୍ଷ୍ମ ବସା ଟିର

ଗୋଲିଆ ମୁଁହ ରେ ଜୁଳୁ ଜୁଳୁ ଚାହିଁଥିବା

ବାଇ ଚଢ଼େଇ ଝୁଲି ବାର ଦୃଶ୍ୟ

ଚାଳଘରେ ଘର ଚାଟିଆ ର ଚିଂ ଚଂ ଶବ୍ଦ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama