STORYMIRROR

Prakash Sahoo

Tragedy

3  

Prakash Sahoo

Tragedy

ଅତୀତ

ଅତୀତ

1 min
14.3K


ଏକା ବସି ଅତୀତକୁ ଦେଖୁଥିଲି

ତୋ ମଥାରେ ସିନ୍ଦୂର ଦେଇଥିଲି

ସବୁ ଦିନ ପାଇଁ ସାଥି ହେବି ଵୋଲି

ମଥା ଛୁଇଁ ତୋର ମୁଁ କଥା ଦେଇଥିଲି

ତୋ ସାଥେ ମା’ ମନ୍ଦିରକୁ ଯାଇଥିଲି

ହାତ ଧରି ମୋର ତୁ କହିଥିଲୁ

ଭୁଲି ନ ଯିବାକୁ ରାଣ ଦେଇଥିଲୁ

ମା’ର ପାଖେ ମୋ ଶୁଭ ମନାସିଲୁ

ପାଦରେ ଅଳତା ହାତକୁ ଶଙ୍ଖା

ବଧୂ ବେଶେ ତୋତେ ନେବି କହିଥିଲି

ଅତୀତର ସବୁ ପ୍ରତିଶ୍ରୁତି ଭୁଲିଗଲୁ

ପଛ କଥା ଭୁଲି ପାଦରେ ଏଡାଇ

ଆଉ କାହା ହାତ ଧରି ଚାଲିଗଲୁ

ଅତୀତର ମୂଲ୍ୟ ବୁଝି ପାରିଲୁନି

ହେଇଗଲୁ ତୁ ଆଜି ଏଡେ ସ୍ୱାର୍ଥପର

ଶେଷରେ ସେହି ଅତୀତ କହିଲା

ଭୁଲିଯାଅ ସବୁ ସ୍ମୃତି ତୁମେ ତାର

କେତେ ଦିନ ଆଉ ଆବଦ୍ଧ ରଖିବ

କଷ୍ଟ ଯନ୍ତ୍ରଣାରେ ମନ ତୁମର

ସମ୍ପର୍କ ମୂଲ୍ୟ ନାହିଁ ପାଖେ ଯାହାର

ସେ କି ବୁଝିବ ପ୍ରେମ ତୁମର

ତଥାପି ଅପେକ୍ଷା କରିଛ ବି ତାକୁ

ଆସିବ ବୋଲି ସେ ପୁଣି ଫେରି

ବୁଝିପାରୁଛି ମୁଁ ବେଦନା ତୁମର

ପ୍ରେମ କଲା ତୁମ ଅଶ୍ରୁ ଧାର

ଭୁଲିଯାଅ ତାକୁ ସବୁ ଦିନ ଲାଗି

କାଳ ସପନ ଏକ ତୁମେ ଭାବି।

ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy