STORYMIRROR

Prakash Sahoo

Others

3  

Prakash Sahoo

Others

ପାହାନ୍ତି ବର୍ଷା

ପାହାନ୍ତି ବର୍ଷା

1 min
1.4K



ଏତେ ବଡ଼ ବର୍ଷାରାତି ଆଖି ଲୁହ ,

ସରୁନି କମି ଆସୁଥିବା ଅନ୍ଧାର ଭିତରେ,

ଭସା ବାଦଲ ସହିତ ଭାସି ଭାସି ଯାଉଛି,

ତାର ପ୍ରତିଛବି ସାମ୍ନା କୁ ଆସୁଛି,

କିନ୍ତୁ ସ୍ପର୍ଶ କରିପାରୁନି ତାକୁ ।


ନିସ୍ତବ୍ଧ ଆଉ ନିର୍ଜନ ରାତି ରେ,

ଖୋଲା ଆକାଶ ର ବୁକୁ ରେ,

ପାହାନ୍ତି ବର୍ଷା କୁ ପ୍ରଶ୍ନ କରୁଛି ।

ଶାମୁକା ଗର୍ଭ ରେ ମୁକ୍ତା କରି ରଖିଦେବାକୁ,

ଉଡେଇ ନେବାକୁ ସାତ ସମୁଦ୍ର ସେପାରି କୁ,

ଅବା ତା ଘର କୋଣ ରେ ଲୁଚାଇ ,

ଦେବାକୁ ଏମିତି ଅନ୍ଧାର ଭିତରେ।


ପାହାନ୍ତିଆ ପବନ ରେ ଦେହ ,

ଶୀତେଇ ଉଠୁଛି ନିରୀମାଖୀ ହୋଇ ଅନ୍ଧାର,

ଭିତରେ ଖୋଜୁଛି କାହାକୁ ତାର,

ପ୍ରଣୟ ଭରା ଡାକ ପ୍ରତିଧ୍ୱନି କରୁଛି।


ଏତେ ବଡ଼ ଶୂନ୍ୟତା ଆଞ୍ଜୁଳି ରେ ଧରୁନି।

ପଣତ କାନି ରେ ଯାକି ଧରିଛି ଯିବାକୁ,

ଚାହୁଁନି ଖୋଜୁଛି ସେ ନିଜ ତତଲା,

ଲୁହ ରେ ବିଗତ ଦିନ ର ମିଠା ସ୍ମୃତି କୁ,

ଶକ୍ତି ନାହିଁ ଉଚ୍ଚାରଣ କରିବାକୁ କେବଳ,

ପାହାନ୍ତି ବର୍ଷା ରେ ଭିଜି ଚାଲିଛି ସେ।


ଏହି ପାହାନ୍ତି ବର୍ଷା କୁ ସେ ମାଗୁନି ,

ଆକାଶ ର ତାରା ଫୁଲ, କୁବେର ଭଣ୍ଡାର,

ମାଗୁଛି ସେ କେବଳ ଅତୀତ ପ୍ରେମ କୁ।


ପ୍ରକାଶ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍