ଫୁଲେଇ ବୁଢୀ
ଫୁଲେଇ ବୁଢୀ

2 mins

2.4K
ଫୁଲେଇ ବୁଢ଼ୀ
ରାମଚନ୍ଦ୍ରପୁର ର ଫୁଲେଇ ବୁଢ଼ୀ
ସଭିଏଁ ଡାକନ୍ତି ଫୁଲେଇ ନାନୀ
କେହି ପୁଣି ଡାକେ ଅପା କହି
ବୟସ ରେ ସେ ଅଢେଇ କୋଡ଼ି
ଆଉ ଭଲେ ସେ ଶୁଭେ ନାହିଁ
କି ଠିକ ସେ ଦେଖା ଯାଏନି ବୋଲି
କେବେ ସେ ମନ ଦୁଃଖ କରେନି
ପାନ ଖିଆ ଦାନ୍ତ ଗଲାଣି ପଡି
ଦିନେ ବସିଥିଲା ଅଗଣା ରେ
ଆଖି ଦୁଇ ତାର ଗଲା ଲାଖି
କିଛି ଲୋକ ଖାଲି ଯିବାର ଦେଖି
ପଚାରି ବୁଝିଲା ଜେନା ଝିଅ ଭୋଜି
ଯାଇ ବସିଗଲା ମନେ ଉଙ୍କିମାରି
ଦେଖି ସବୁ ତା ବୁଢା ପଚାରିଲା
ମୋ ଫୁଲେଇ ବୁଢୀ ର କଣ ହେଲା
ତୋତେ କଣ କେହି କିଛି କହିଲା
ଅତି ବିକଳ ରେ ବୁଢା କୁ ଦେଖିଲା
ଅତି କଅଁଳେଇ ବୁଢା କୁ କହିଲା
ଜେନା ଭୋଜି ଟିକେ ଖାଇବାକୁ
ପାନ ଖିଆ ପାଟି କରି ପାକୁ ପାକୁ
ବୁଢ଼ୀ କଥା ଶୁଣି ବୁଢା କହିଲା
ବୟସ ପାଇଁ ହେଲୁ ତୁ ଶଢା
ଯୌବନ ଗଲାରୁ ହେଲି ମୁଁ ହଡା
ପାଟି ରେ ଚୋବାଇ ନ ପାରେ ଖଡା
ଗାଁ ଦାଣ୍ଡ ଘାଟ ସବୁଠି ଖସଡ଼ା
ପୁଣି ରାସ୍ତା ହେଉଛି ଗାଡି ର ଆଡା
ସେ ପାଇଁ ହେଲି ମୁଁ ତାଳ ବରଡା
ଭୋଜି ଖାଇବାକୁ ମନ କଲୁ ଯଦି
ଯିବି ଲୋ ମୁଁ ତୋ ପାଇଁ କାଇପଡା
ଯେହେଲେ ମୁଁ ତତେ ଭଲପାଏ ପରା
ବୁଢ଼ା ର ମୁହଁ ଦେଖି ବୁଢ଼ୀ ନରମିଲା
ଇଚ୍ଛାରେ କି ଲାଭ ବୟସ ହେଲା କାଳ
ବୁଢା କଥା ଶୁଣି ବୁଢ଼ୀ ସହଳ
କହିଲା ଆମ ଗାଁ ଦାମ ରାଉଳ
ଘର କୁ ଆଣିଛନ୍ତି ବଡ ସେଉଳ
ସେ ମାଛ ଖାଇବାକୁ ବହୁଛି ଲାଳ
ତମେ ଯାଇ କୁହ ହେ ଦାମ ରାଉଳ
ବୁଢ଼ୀ ଖାଇବ ମୋର ମାଛ ଝୋଳ
ଦେଲେ ଟିକେ କରିବ ସେ ତୁମ ମଙ୍ଗଳ
ବୁଢା କହେ ଶୁଣୁ ଆଗୋ ହେ ବୁଢ଼ୀ
ଦୁଇ ଜାଗା ରୁ ମୁଁ ଆଣିବି ଭୋଜି
କାହିଁ ଗଲା
Advertisement
ମୋ ବଂକୁଲି ବାଡ଼ି
ବାରିଆଡ଼େ ବୁଢ଼ୀ ଗଲା ଦଉଡି
ଅଣ୍ଡାଳି ଆଣିଲା ବଂକୁଲି ବାଡ଼ି
ଆଣିଲା ତା ସାଥେ ଫୁଟି କାକୁଡି
ଟିଣ ରୁ ବାହାର କରିଲା ମୁଢି
ବନାଇଲା ଆଗ ଝାଲ ମୁଢି
କହିଲା ସାଥେ ଧରି ଚକଟା କୁ
ଚାଲିଯିବ ଆଗେ କାଇପଡ଼ା କୁ
ଜଣାଇବ ନାହିଁ ଆଉ କାହାକୁ
ଜଳଖିଆ ସାରି ଉଠିଲା ବୁଢା
ବଙ୍କା ବାଡ଼ି ଧରି ହୋଇଲା ଛିଡା
ଚଷମା ଲଗାଇ ମାରି ମୁଣ୍ଡେ ଟୀକା
ପକାଇଲା ଅଣ୍ଟାରେ ଗାମୁଛା ଭିଡା
ଉପରକୁ ଚାହିଁ ମୁଣ୍ଡିଆ ମାରି
ଭାବିଲା ଆଗ ଯିବି କାଇପଡା
ସେଠାକୁ ଆସିଛି ପୁରୀ ଅବଢ଼ା
ଭାଗବତ ଆଉ ଗୀତା ହେଉଛି ପଢା
ଖାଇଦେଲେ ବଂଚି ଉଠିବ ମଢା
ଆଜି ସୋମବାର ରେ ଆମିଷ ମନା
ସେ ବୁଢ଼ୀ କୁ ବୁଝାଇ କରିବି ମଉନା
ଦାମ ରାଉଳ ବି ନାହାତି କଢା
ତାଙ୍କ ଘରକୁ ନ ଗଲେ ହେବ ଭଲା
ବାଡ଼ି ଧରି ବୁଢା ଘରୁ ବାହାରିଲା
ଗାଁ ଭାଗବତ ଟୁଙ୍ଗି ଯିବ ମନେ ଭାବିଲା
ଗାଁ ମୁଣ୍ଡେ ତାକୁ ସଞ୍ଜ ହୋଇଲା
ଟୁଙ୍ଗି ରେ ଚାଲିଛି ତ୍ରିନାଥ ମେଳା
ବୁଢା କୁ ଡାକିଲା ମୁନା ପାଗଳା
ଟାଣିଦିଆ ହେ ନନା ଦି ତିନି ପୁଳା
ଶିବ ଭକତ ରେ ହୋଇବ ଗଣା
ବୁଢା ଟାଣିଦେଇ ବେଦମ ହେଲା
ଭୋଜି ଭାତ କଥା ସବୁ ଭୁଲିଲା
ଚଉପାଢ଼ୀ ପାଖେ ଶୋଇପଡିଲା
ଅଧା ରାତିରେ ଉଠିଲା ବିଳିବିଳେଇ
ଭୋଜି ଖାଇ କିଏ କୁଆଡେ ଗଲେଣି
କି କଥା କହି ତୋଷିବ ତାହାର ମନ
କି ବୁଦ୍ଧି କରିବ ଏବେ କୁହ ତ ଭାଇ
ଆପେକ୍ଷା ରେ ଅଛି ତା ବୁଢ଼ୀ ଫୁଲେଇ
ପ୍ରକାଶ ସାହୁ