STORYMIRROR

Prakash Sahoo

Others

3  

Prakash Sahoo

Others

ଓଡ଼ିଆ ଦାୟାଦ

ଓଡ଼ିଆ ଦାୟାଦ

2 mins
266


ସେ ସବୁବେଳେ କୁହେ

ଯେଉଁଠି ରୁହ, ଯେମିତି ରୁହ

ରୁହ ସବୁ ଭଲରେ

ଏହି ମାଟି ଗାଉ ଥାଉ ତୁମ

ସଫଳତାର କାହାଣୀ

ଖବର କାଗଜର ପ୍ରଥମ ପୃଷ୍ଠାରେ

ଶୋଭା ପାଉ ତୁମ ନାମ

ତୁମେ ସବୁ ମନେ ପକାଉଥିବ

ଏପ୍ରିଲ ପହିଲା ଆଉ ସ୍ମରଣ

କରୁଥିବ ମଧୁସୂଦନଙ୍କୁ

ମୁଁ ଖୁସିରେ କହୁଥିବି

ଦେଖରେ ଏ ଦୁନିଆଵାଲା

ମୋ ଓଡ଼ିଆ ଦାୟାଦଙ୍କୁ

ଦିନେ ତା ଅନ୍ତରର କଥା

ଏକା ଏକା କହୁଥିଲା

ଯଦି କେହି ଚେଇଁଥିବ

ନିଶ୍ଚୟ ଶୁଣିଥିବା ତା କଥା

"ଟିକେ ବୁଲାଇ ଆଣିବ ମୋ

ଦାୟାଦଙ୍କୁ, ତାଙ୍କୁ କୋଳରେ

ବସେଇ ବୁକୁରେ ଜାବୁଡି ଧରିବି,

ଅଣ୍ଡାଳି ଆପାଦୁ ମସ୍ତକ ଯାଏ

ପଣତକାନିରେ ପୋଛି ଦେବି

କପାଳର ସ୍ୱେଦ ଧାରା

ଖୁଆଇବି ଅବଢ଼ା ଅନ୍ନ।"

ନେଇ ତାଙ୍କୁ ବୁଲାଇବି ନନ୍ଦନକାନନ

କରାଇବି ଚିଲିକା ଦର୍ଶନ

ବୋଳିଦେବି ବଡ଼ଦାଣ୍ଡ ଧୂଳି <

/p>

ତାଙ୍କ ଶରୀରରେ, ଦେଖାଇଦେବି

ମହାନଦୀ ଜଳ ବହେ ଧମନୀରେ

ନ କୁହନ୍ତୁ ପଛେ କଥା ମୋ ଭାଷାରେ

ଚିହ୍ନିବେ ନିଶ୍ଚୟ ବୁଝିବେ

ଯାହା ସବୁ ଲେଖା ଅଛି ପଥରରେ

ଜଗତ ଦେଖିଛି ଖୋର୍ଦ୍ଧା ପାଇକ,

ବକ୍ସି ଜଗବନ୍ଧୁ ଆଉ ବାଜିରାଉତଙ୍କ

ସାହସ ଦେଖିଛି ପୁଣି

ବକ୍ଷ ତାଙ୍କ ଋଷିକୁଲ୍ୟା, ବ୍ରାହ୍ମଣୀ

 ପୂର୍ବ ଘାଟ ପରି ବଜ୍ର କଠିନ।

ସେ ପୁଣି କହୁଛି ଆସ ହେ ମୋ

ଓଡ଼ିଆ ଦାୟଦ ଗୁଣ୍ଡିଚା ଯାତ୍ରାକୁ

ଦେଖାଇ ଜଗାକୁ ନନ୍ଦିଘୋଷରେ

କହିବି ଏହିତ ଆମରି ଠାକୁର

ଓହ୍ଲାଇ ଆସେ ଆମ ଗହଣକୁ

ଆମ ସବୁ ଦୁଃଖ ବୁଝିବାକୁ

ଯେବେ ତୁମେ ପଡିବ ହେ ଥକି

ଆସିବ ହେ ମୋ ପାଖକୁ

କୋଳାଇ ତୁମ ଅବଶ ମନକୁ

ନେବି ସମଲାଇ,ସାରଳା ତାରିଣୀ

ମହୋଦଧି କୂଳେ ବସାଇ

ଦେଖାଇବି ପତିତପାବନ।



Rate this content
Log in