STORYMIRROR

Prakash Sahoo

Others

2  

Prakash Sahoo

Others

ତୋତେ ଝୁରିବ

ତୋତେ ଝୁରିବ

1 min
6.1K


ତୋତେ ଝୁରିବ

ସେହି ଅଗଣା
ସେହି ଚଉଁରା
ସେହି ମୁରୁଜ
ସେହି ମଂଦିର
ସେହି ଦାଣ୍ଡ ଦୁଆର
ସେହି ମନ୍ଦାର
ସେହି ଘର
ତୋତେ ଝୁରିବ

ସେହି ରାଖୀ ଦିବସ
ସେହି ମାଟି କଳସ
ସେହି ସହପାଠୀନି
ସେହି ଗାଁ ଚାନ୍ଦିନୀ
ସେହି କୁମାର ପୁର୍ଣିମା
ସେହି ପୂଜା ବନ୍ଦନା
ତୋତେ ଝୁରିବ

ସେହି ଭାଇ ର କଥା
ସେହି ମା ର କୋହ
ସେହି ବାପା ର ସ୍ନେହ
ସେହି ଗାଁ ର ମୋହ
ସେହି ଗଛଲତା
ସେହି ସଞ୍ଜସଳିତା
ତୋତେ ଝୁରିବ

ସେହି କୁଆରୀ ମନ
ସେହି ରାତି ର ଜହ୍ନ
ସେହି ଓଷା ବ୍ରତ
ସେହି ମାନସିକ
ସେହି ଉପବାସ
ସେହି ବୁଢ଼ୀ ମାକୋଳ
ସେହି ସାଙ୍ଗସାଥି ମେଳ
ତୋତେ ଝୁରିବ

ନିଜଲୋକ ହେବେ ସାତପର
ଅଚିହ୍ନା ଅଜଣା ହେବେ
ତୋର ଅତି ନିଜର
ତୁ ଭୁଲିଯିବୁ ପଛ କଥା ତୋର
ଯିବୁ ତୁ ଶାଶୁଘର

ପ୍ରକାଶ ସାହୂ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍