STORYMIRROR

Prakash Sahoo

Others

2  

Prakash Sahoo

Others

ଏବେ ବି ବଞ୍ଚିଛୁ

ଏବେ ବି ବଞ୍ଚିଛୁ

1 min
303


ଏହି ତ କିଛି କ୍ଷଣ ପୂର୍ବେ,

ମଧୁର ମଳୟ ବହିଆସୁଥିଲା,

ଵସ ର ଅଧଖୋଲା ଝରକା ଦେଇ,

କାଶ୍ମୀର ର ସେହି ପାଦଦେଶ,

ସ୍ୱାଗତ କରୁଥିଲା ଭାରତର,

କୋଣ ଅନୁକୋଣ ରୁ,

ଆସିଥିବା ବିର ପୁତ୍ର ମାନଙ୍କୁ।


ହଠାତ ବଦଳିଗଲା ସବୁ ଚିତ୍ର,

ଏବେ ଆମର ଆତ୍ମା ସ୍ୱର୍ଗର,

କୋଳରେ ସାକ୍ଷୀ ରହିଛି ସେହି,

ରକ୍ତ ରଞ୍ଜିତ ରାସ୍ତା,

ପଡିଥିବା ଶରୀରର ମାଂସ ଖଣ୍ଡ,

ଅଧାଜଳା ପୋଷାକ ...

ଏବେ ସେ ସବୁ ଆମ ପାଇଁ ପର,

କିଛି ସ୍ବପ୍ନ ଅଧୁରା ରହିଯାଇଛି,

କିଛି କାମ ବାକି ରହିଯାଇଛି,

ସବୁ ସଂପର୍କ ଶେଷ ହୋଇଛି,

କିଛି ଆଶା ବି ରହିଯାଇଛି,

ଶତ୍ରୁର ବିନାଶ ଆମର ଶପଥ ଥିଲା,

କିନ୍ତୁ ଶତ୍ରୁର ଜାଲ ରେ ଫସିଗଲୁ,

ଆମେ ସବୁ ଛାଡି ଆସିନାହୁଁ,

ଆଉ ଆମେ ଫେରିବୁନି ଭାବି,

ଦୁଃଖ କରିବନି ,

ସବୁ ମୁହୂର୍ତର ସ୍ମୃତି ଆମ ସାଥେ ଅଛି।


ସେହି ମାଟି ମାର ଆଶୀର୍ବାଦ ଆମ

ଉପରେ ଅଛି।

ଶତ୍ରୁରର ପ୍ରହାରରେ

ଆମେ ଟିକେ ଥକି ପଡିଛୁ।

ବିଶ୍ରାମ ପାଇଁ ଚାଲି ଆସିଛୁ

ଦୂର ସ୍ଥାନକୁ ..ବହୁ ଦୂର ସ୍ଥାନ କୁ....l


ସହିଦ ବନ୍ଧୁ ମାନ ଙ୍କୁ ଅଶ୍ରୁଳ ଶ୍ରଧାଞ୍ଜଳି


ପ୍ରକାଶ ସାହୂ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍