STORYMIRROR

Prakash Sahoo

Inspirational

4  

Prakash Sahoo

Inspirational

ଝିଅ ବୋଝ ନୁହେଁ ବାପା

ଝିଅ ବୋଝ ନୁହେଁ ବାପା

1 min
258


ମୁଁ ଦୁନିଆ ଦେଖିବା କୁ ଚାହେଁ ବାପା

ତୁମ ହାତ ଧରି ଚାଲିବାକୁ ଚାହେଁ ବାପା

ତୁମ କାନ୍ଧ ରେ ବସିବାକୁ ଚାହେଁ ବାପା

ତୁମ ଖୁସି ର କାରଣ ହେବାକୁ ଚାହେଁ ବାପା

ତୁମ ଦୁଃଖ କୁ ଦୂର କରିବାକୁ ଚାହେଁ ବାପା

ତୁମ ଝିଅ ବୋଝ ନୁହେଁ ବାପା


ଝିଅ ବୋଲି ମୋତେ ଭାବ ନାହିଁ ବାପା

ପୁଅ ନ ହୋଇ ବି ପୁଅ ବୋଲି ଭାବ ବାପା

ଦୁନିଆ ରୁ ସବୁ ସୁଖ ଆଣି ଦେବୀ ବାପା

ତୁମ ଆଖି ର ଲୁହ କୁ ପୋଛି ଦେବୀ ବାପା

ତୁମ ଅସହାୟ ର ସାହା ହେବି ବାପା

ତୁମ ଝିଅ ବୋଝ ନୁହେଁ ବାପା


ଦୁନିଆ ରେ ମୋତେ ପରିଚୟ ଦିଅ ବାପା

ସ୍ନହେ ଦେଇ କୋଳେଇ ନିଅ ବାପା

ମୋତେ ବିପଦ ରେ ସାହସ ଦିଅ ବାପା

ଦିନେ ମୁଁ ନିଜକୁ ସାମର୍ଥ୍ୟ କରିଦେବି ବାପା

ତୁମ ପରିଶ୍ରମ ର ମୂଲ୍ୟ ଦେବୀ ବାପା

ତୁମ ଝିଅ ବୋଝ ନୁହେଁ ବାପା


ଉଚ୍ଚ ଶିକ୍ଷା ପାଇଁ ଯିବାବେଳେ କାନ୍ଦ ନାହିଁ ବାପା

ଆଶୀର୍ବାଦ ଦେଇ ବିଦାୟ ଦିଅ ବାପା

କୋହ ସବୁ ଲୁହ ହୋଇ ଝରିଯାଏ ବାପା

ଶୀଘ୍ର ଫେରିଆସିବି ମୁଁ ତୁମ ପାଖେ ବାପା

ତୁମ ଝିଅ ବୋଝ ନୁହେଁ ବାପା


ମୋତେ ସଵାରୀ ରେ ବସାଇ ଦିଅ ବାପା

ଲୁହସବୁ ପୋଛି ଦେଇ ଆଶୀର୍ବାଦ ଦିଅ ବାପା

ତୁମ ନୀତି ଶିକ୍ଷା ସାଥେ ଧରି ଯିବି ମୁଁ ବାପା

ତୁମ କୁ କେବେ ଭୁଲି ଯିବି ନାହିଁ ବାପା

ଝିଅ ହୋଇ ପୁଅ ର କର୍ତ୍ତବ୍ୟ କରିବି ବାପା

ତୁମ ଝିଅ ବୋଝ ନୁହେଁ ବାପା




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational