ଅଜା ଆଈଙ୍କ କଳି
ଅଜା ଆଈଙ୍କ କଳି


ଅଜା କହିଲେ ଆଈଙ୍କୁ
ସମ୍ଭାଳ ଏବେ ନାତୁଣୀକୁ
ଆଈ କହିଲେ ଅଜାଙ୍କୁ
ସମ୍ଭାଳ ତୁମ ନାତିକୁ
ଆଈ କହିଲେ ଅଜାକୁ-
ପାଠ ନ ପଢି କଳି କରୁଛି
ଖାଲି ବୁଲି ଖେଳ ଖେଳୁଛି
ଅଜା କହିଲେ ଆଈକୁ-
ପୋଖରୀ ତୁଠରେ ବସି ହଳଦୀ ମାଖୁଛି
ଘଣ୍ଟା ଘଣ୍ଟା ଧରି ଆଇନାରେ ମୁହଁ ଦେଖୁଛି
ଆଈ କହିଲେ ଅଜାକୁ-
କ୍ଷୀର ବସା ଦହି ଲୁଚେଇ ଖାଉଛି
ଫୁସି ବିରାଡ଼ି ନା ରେ ମିଛ ଗାଉଛି
ଅଜା କହିଲେ ଆଈକୁ-
ନାତୁଣୀ ମୋର ବହି ଧରି ଛବି ଦେଖୁଛି
ପାୱାର କଟ ହୋଇ ଗଲେ ଶୋଇ ଯାଉଛି
ଆଈ କହିଲେ ଅଜାକୁ-
ସାନ୍ଧ୍ୟ ହେଲେ ନାତିର ମୁଣ୍ଡ ବିନ୍ଧୁଛି।
ଲୁଚି ଲୁଚି ଟିଭିରୁ କାଟୁନ ଚାନେଲ ଦେଖୁଛି।
ଅଜା ଆଈଙ୍କ ଶେଷ ହୋଇଲା କଳି
ନାତି ନାତୁଣୀ ବନ୍ଦ କଲେ ମାରିବା ତାଳି।
ପ୍ରକାଶ ସାହୁ