STORYMIRROR

Maitreyee Kamila

Drama

4  

Maitreyee Kamila

Drama

ଜଗତ ଠାକୁର

ଜଗତ ଠାକୁର

1 min
262


କେତେଦିନ ଆଉ ମଉନ 

 ରହିବ ପତିତପାବନ

ତୁମ୍ଭେ ଯେ ଜଗତ ଠାକୁର

ଘୋର ସଙ୍କଟ କର ଦୂର


ଉଠାଅ ଚକ୍ର ସୁଦର୍ଶନ

ଭକତଙ୍କର ରଖ ମାନ

ବଡ଼ଦେଉଳେ ବସିରହି

ଚକନୟନେ ଅଛ ଚାହିଁ


ସୃଷ୍ଟିନାସିବା ଡାକଛାଡି

କାଳର ବିକଟାଳ ରଡି

ସବୁ ଜାଣି ଗତ , ଆଗତ 

ପାଳୁଛ ପରା ଏ ଜଗତ


 ତୁମେ ପୁଣି କାର୍ଯ୍ୟ କାରଣ

 ଗୀତା ଭାଗବତ ପୁରାଣ

ଘୋର ସଂକଟୁ ରକ୍ଷାକର

ଶୁଭୁ ପଞ୍ଚଜନ୍ୟ  ହୁଙ୍କାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama