ଜଗତ ଠାକୁର
ଜଗତ ଠାକୁର
କେତେଦିନ ଆଉ ମଉନ
ରହିବ ପତିତପାବନ
ତୁମ୍ଭେ ଯେ ଜଗତ ଠାକୁର
ଘୋର ସଙ୍କଟ କର ଦୂର
ଉଠାଅ ଚକ୍ର ସୁଦର୍ଶନ
ଭକତଙ୍କର ରଖ ମାନ
ବଡ଼ଦେଉଳେ ବସିରହି
ଚକନୟନେ ଅଛ ଚାହିଁ
ସୃଷ୍ଟିନାସିବା ଡାକଛାଡି
କାଳର ବିକଟାଳ ରଡି
ସବୁ ଜାଣି ଗତ , ଆଗତ
ପାଳୁଛ ପରା ଏ ଜଗତ
ତୁମେ ପୁଣି କାର୍ଯ୍ୟ କାରଣ
ଗୀତା ଭାଗବତ ପୁରାଣ
ଘୋର ସଂକଟୁ ରକ୍ଷାକର
ଶୁଭୁ ପଞ୍ଚଜନ୍ୟ ହୁଙ୍କାର
