STORYMIRROR

Trushna Das

Abstract Drama Others

4  

Trushna Das

Abstract Drama Others

ଘର

ଘର

1 min
261

ସିମେଣ୍ଟ ବାଲିରେ ତିଆରି କୋଠା ଘର

   ନୁହେଁ ପ୍ରକୃତ ଘର

ଯଦି ନ ଥାଏ ସେଠାରେ ପରିଚୟ

   ହୃଦୟରେ ସେହ୍ନ ମମତାର।।


ତାହାକୁ କୁହାଯାଏ ଘର

   ଯେଉଁ ଠାରେ ଥାଏ ପୁରା ପରିବାର

ଚଳି ଥାଆନ୍ତି ହୋଇ ଏକତ୍ର 

   ହୋଇ ଥାଆନ୍ତି ପରସ୍ପର ସାଥ ସୁଖଦୁଃଖର।। 


ରହୁ ଥିଲେ ବି ବଡ଼ ଘରେ

   ମିଳି ନ ଥାଏ ସୁଖ ଶାନ୍ତି ଯେ

ଯଦି କେହି ବୁଝିବାକୁ ନ ଥାନ୍ତି ସେଠାରେ 

   ଚାଳୁ ଥିବା ତୁମ ମନର ଭାବନାକୁ ଯେ।। 


ରହୁ ଥିଲେ ବି ଛୋଟ କୁଡ଼ିଆ ଘରେ

   ଦିନ କଟି ଯାଏ ବହୁତ ଶାନ୍ତିରେ 

ଯଦି ମନ କଥା ବୁଝିବାକୁ କେହି ଥାଆନ୍ତି ସେଠାରେ 

   ଜଣା ପଡେ ନାହିଁ ସମୟ କେମିତି କଟି ଯିବ ହସ ଖୁସିରେ।। 


ପ୍ରତ୍ୟେକ ଝିଅ ଚାହାଁନ୍ତି ଏମିତି ଶାଶୁଘର 

   ଯେଉଁଠି ସେ କରିବ ସଂସାର 

ସେଠାରେ ସବୁ ଆପଣେଇବେ ତାକୁ କରି ନିଜର

   ତା ମନର କଥା ବୁଝିବେ ତାକୁ କରି ଆପଣାର 

ସେ ଘର ହୋଇଯିବ ସୁଖ ଶାନ୍ତିରେ ପରିପୂର୍ଣ୍ଣ 

   ଏ ଯେ ସପନ ପ୍ରତ୍ୟେକ ଝିଅର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract