STORYMIRROR

Bibhuti Bhusan Mohanty

Drama Tragedy Fantasy

4  

Bibhuti Bhusan Mohanty

Drama Tragedy Fantasy

ଭୋକ

ଭୋକ

1 min
266

ମନଟା ଆଜି ଦୁଃଖ ଏବଂ କୋହରେ ଭରିଯାଇଥିଲା

କେଉଁ ଏକ ଦୁଃଖିନୀ ମା'ର ପୁଅଟିର

ଆଜି ହଂସା ଉଡିଯାଉଥିଲା...।

ମିଳିନଥିଲା ବୋଲି ଚାରିଦିନ ହେଲା ଖାଦ୍ୟ

ତେଣୁ ପେଟ ତାର ପୋଡିଯାଉଥିଲା...।


ପୁରାଣରେ ଦ୍ରୌପଦୀ କୃଷ୍ଣଙ୍କ ଲାଗି

ଦୁଇଗୋଟି ଦାନା ଆଣିଥିଲେ

ଯାହାକୁ ଖାଇ କୃଷ୍ଣ ସନ୍ତୁଷ୍ଟ ହୋଇଥିଲେ

କାରଣ ସେ ପରା ଭଗବାନ ଥିଲେ।


କିନ୍ତୁ ଏଠି ଦୁଇଗୋଟି ଦାନା କିଛି କରିପାରି ନଥିଲା

ସେଇ ଦୁଇଗୋଟି ଦାନାର ପେଜ

ମା' ପୁଅକୁ ପେଇ ଦେଇଥିଲା...

ପୁରିଗଲା ପେଟ କହି ମା' କୁ, ପୁଅ ସେଦିନ ଖୁସି କରେଇଥିଲା....

ବିତିଯାଇଥିଲା ଚାରିଦିନ... 

ଆଉ ଆଜି ଚେହେରା ଫିକା ପଡିଯାଇଥିଲା..।


ବହିଯାଉଥିଲା ମା'ର ଆଖିରୁ ଅଶ୍ରୁଧାର କିଛି ଏମିତି,

ଯେମିତି ନଦୀରେ ବନ୍ୟା ଆସିଯାଇଥିଲା

ପ୍ରତିକ୍ଷଣ ଜୀଇଁବା କଷ୍ଟଥିଲା,

ଘରେ ଖାଲି ଆର୍ତ୍ତଚିତ୍କାର ଛଡା କିଛି ବି ନଥିଲା...।


କରୁଥିଲା ଚେଷ୍ଟା ବଂଚିବାପାଇଁ ସେ....

ମା' ଆଖିରୁ ଖସିପଡୁଥିବା ଅଶ୍ରୁଧାରକୁ ପୋଛୁଥିଲା ସେ,

ମା'ର ମୁଣ୍ଡରେ ହାତ ବୁଲେଇ କହୁଥିଲା ସେ,

ମା ତୁ ଚିନ୍ତା କରନାହିଁ....

ବଡ଼ ହେବି ଯେବେ ଖୁବ ପଇସା କମେଇବି....

ଆଉ ତୋତେ ପେଟ ପୁରାଇ ଖାଦ୍ୟ ଖୁଏଇବି....

ଏତିକି କହି ସେ ଶାନ୍ତ ହୋଇଗଲା...

ମା'ର କ୍ରନ୍ଦନ ଚିତ୍କାରରେ ପରିବର୍ତ୍ତନ ହୋଇଗଲା

ସେ ମା'ର ପୁଅ କୁ ଭୋକ ଆଜି ଖାଇଗଲା ।।


× × × × × × × ×


ଯେବେ ମିଳିନଥାଏ ମୁଠାଏ ଅନ୍ନ ଆମ ଭାଗ୍ୟରୁ

ତେବେ ଏ ଶବ୍ଦ ଆସେ ସେଇ ଭୋକିଲା ପେଟରୁ ।

ହେ ଭଗବାନ କିଛି ଖାଇବାକୁ ଦେଇଯାଅ

ନହେଲେ ଏ ଦୁନିଆରୁ ଉଠେଇ ନେଇଯାଅ ।


ବିଦାୟ ନେବି ଯେବେ ଏ ଦୁନିଆରୁ ମୁଁ,

ଫୁଲ ବଦଳରେ ମୋ ଶବ ଉପରେ

କିଛି ଖାଦ୍ୟ ବିଛେଇ ଦବ

ଶରୀର ତ ଭୋକରେ ମରିଗଲା,

ମୋ ପ୍ରକୃତିକୁ ହିଁ ଖୁଆଇଦବ ।

ଶାନ୍ତି ପାଇଯିବ ସେ ଦୁଃଖୀ,

ଆରାମରେ ତାକୁ ଶୁଆଇଦେଵ ।

ଶାନ୍ତି ପାଇଯିବ ସେ ଦୁଃଖୀ,

ଆରାମ ରେ ତାକୁ ଶୁଆଇଦେଵ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama