STORYMIRROR

SACHALA GURU

Drama

4  

SACHALA GURU

Drama

ଜହ୍ନ ରାତ୍ରି

ଜହ୍ନ ରାତ୍ରି

1 min
241

ସୃଷ୍ଟିର ବିଧାନ କରିଛ ନିଦାନ 

  ପ୍ରଭୁ ବିଶ୍ବ ଚରାଚର 

ବିଶ୍ୱରେ ଖଂଜିଛ କାହାର ଯେ ସ୍ଥାନ 

  ଲାଗିଅଛି ବାରବାର l 1l

ମାସକୁ କରିଲ ଦୁଇଗୋଟି ପକ୍ଷ 

   କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ 

ଅନ୍ଧକାର ପରେ ଆଲୋକ ଆସଇ 

    ଅଛି ତାହାଯେ ପ୍ରତ୍ୟକ୍ଷ l2l

ସୂର୍ଯ୍ୟ ଚତୁର୍ପାଶେ ଗ୍ରହ ନକ୍ଷେତ୍ରେ ସେ 

    ଘୁର୍ଣ୍ଣାୟମାନ ହୁଅଇ 

ସୂର୍ଯ୍ୟ ଚନ୍ଦ୍ର ପୃଥ୍ୱୀ ରହି ସରଳରେ 

     ସୂର୍ଯ୍ୟ ପରାଗ କରଇ l3l

ପୂର୍ଣ୍ଣିମାରେ ସୂର୍ଯ୍ୟ ପୃଥିବୀ ଯେ ଚନ୍ଦ୍ର 

      ରହେ ସରଳ ରେଖାରେ 

ଗ୍ରହଣକୁ ଧରେ ଜ୍ୟୋତିଷ୍କ ବିଦ୍ୟାରେ 

     ଆଂଶିକ ଦୃଶ୍ୟ ହିଁ ମିଳେ l4l

ରଜତ ଆଲୋକେ ମୃଗ ତୃଷ୍ଣା ପରି 

     ସସକ ଭାବନା ଜଳ 

ଚନ୍ଦ୍ର ଆଲୋକରେ ଧବ ମାନ ଶେଷେ 

    ନିରାସେ ଘଟିଲା କାଳ l5l

ଜହ୍ନର ରାତ୍ରିରେ ବେଳାଭୂମି ପରେ 

   ସୌନ୍ଦର୍ଯ୍ୟର ଉପଭୋଗ 

ନଦୀ ସମୁଦ୍ରରେ ଉଜ୍ଜ୍ୱଳତା ତାର 

   ଲାବଣ୍ୟର ଅନୁରାଗ l6l

ପ୍ରେମୀ ଯୁଗଳଙ୍କ ଚନ୍ଦ୍ରା ଲୋକ କ୍ରାନ୍ତି 

    ଦର୍ଶନରେ ବିମୋହିତ 

ଵିଭାବରୀ ଶୋଭା ଦିଶେ ମନ ଲୋଭା 

     ଦୃଶ୍ୟରେ ତା ଆନନ୍ଦିତ l 7l

ଜ୍ୟୋସ୍ନା ରଜନୀ ମନ ଲୋଭା ଠାଣି 

     କୁମାରୀ ଝିଅଙ୍କ ମେଳ 

ଦାଣ୍ଡର ଦୁଆରେ ଝିଅ ବୋହୁ ମିଶି 

     ଖୁସିରେ ମାନନ୍ତି ଖେଳl 8l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from SACHALA GURU

ଆଶା

ଆଶା

1 min ପଢ଼ନ୍ତୁ

ସମୟ

ସମୟ

1 min ପଢ଼ନ୍ତୁ

ବନ୍ଦୀ

ବନ୍ଦୀ

1 min ପଢ଼ନ୍ତୁ

ଦୁଃଖ

ଦୁଃଖ

1 min ପଢ଼ନ୍ତୁ

ବିରହ

ବିରହ

1 min ପଢ଼ନ୍ତୁ

Similar oriya poem from Drama