ଜହ୍ନ ରାତ୍ରି
ଜହ୍ନ ରାତ୍ରି
ସୃଷ୍ଟିର ବିଧାନ କରିଛ ନିଦାନ
ପ୍ରଭୁ ବିଶ୍ବ ଚରାଚର
ବିଶ୍ୱରେ ଖଂଜିଛ କାହାର ଯେ ସ୍ଥାନ
ଲାଗିଅଛି ବାରବାର l 1l
ମାସକୁ କରିଲ ଦୁଇଗୋଟି ପକ୍ଷ
କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ
ଅନ୍ଧକାର ପରେ ଆଲୋକ ଆସଇ
ଅଛି ତାହାଯେ ପ୍ରତ୍ୟକ୍ଷ l2l
ସୂର୍ଯ୍ୟ ଚତୁର୍ପାଶେ ଗ୍ରହ ନକ୍ଷେତ୍ରେ ସେ
ଘୁର୍ଣ୍ଣାୟମାନ ହୁଅଇ
ସୂର୍ଯ୍ୟ ଚନ୍ଦ୍ର ପୃଥ୍ୱୀ ରହି ସରଳରେ
ସୂର୍ଯ୍ୟ ପରାଗ କରଇ l3l
ପୂର୍ଣ୍ଣିମାରେ ସୂର୍ଯ୍ୟ ପୃଥିବୀ ଯେ ଚନ୍ଦ୍ର
ରହେ ସରଳ ରେଖାରେ
ଗ୍ରହଣକୁ ଧରେ ଜ୍ୟୋତିଷ୍କ ବିଦ୍ୟାରେ
ଆଂଶିକ ଦୃଶ୍ୟ ହିଁ ମିଳେ l4l
ରଜତ ଆଲୋକେ ମୃଗ ତୃଷ୍ଣା ପରି
ସସକ ଭାବନା ଜଳ
ଚନ୍ଦ୍ର ଆଲୋକରେ ଧବ ମାନ ଶେଷେ
ନିରାସେ ଘଟିଲା କାଳ l5l
ଜହ୍ନର ରାତ୍ରିରେ ବେଳାଭୂମି ପରେ
ସୌନ୍ଦର୍ଯ୍ୟର ଉପଭୋଗ
ନଦୀ ସମୁଦ୍ରରେ ଉଜ୍ଜ୍ୱଳତା ତାର
ଲାବଣ୍ୟର ଅନୁରାଗ l6l
ପ୍ରେମୀ ଯୁଗଳଙ୍କ ଚନ୍ଦ୍ରା ଲୋକ କ୍ରାନ୍ତି
ଦର୍ଶନରେ ବିମୋହିତ
ଵିଭାବରୀ ଶୋଭା ଦିଶେ ମନ ଲୋଭା
ଦୃଶ୍ୟରେ ତା ଆନନ୍ଦିତ l 7l
ଜ୍ୟୋସ୍ନା ରଜନୀ ମନ ଲୋଭା ଠାଣି
କୁମାରୀ ଝିଅଙ୍କ ମେଳ
ଦାଣ୍ଡର ଦୁଆରେ ଝିଅ ବୋହୁ ମିଶି
ଖୁସିରେ ମାନନ୍ତି ଖେଳl 8l
