Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Drama Classics

4  

Prabhati Mahapatra

Abstract Drama Classics

ମାଟି ଘର

ମାଟି ଘର

1 min
206



ମାଟି ଘର ମୋର ଆହା ! କି ସୁନ୍ଦର

ଏହା ତ ପ୍ରଭୁଙ୍କ ଦୟା

ତା ସାଙ୍ଗରେ ଦେହ ଗଢ଼ିଛନ୍ତି ପରା

ମାଟି ଲିପା ମୋର କାୟା ।

ସେହି ଘର ମୋର ମନ୍ଦିର ସମାନ

ସୁଖ ଶାନ୍ତି ଭରପୁର

ଫଳ ଫୁଲ ପୁଷ୍ପେ ଯାହା ମିଳେ ମୋତେ

ଭାବେ ପ୍ରଭୁ ଉପହାର ।

କଥା କୁହା ମୋର କାଳିଆ ଠାକୁର

ହୃଦୟ କନ୍ଦରେ ବସି

ସତ୍ୟ ପଥେ ନେଇ ଏ ରଥ ଚଳଇ

ଭରି ଦେଇଛନ୍ତି ଖୁସି ।

ମନେ ରଙ୍ଗ ମାଟି ବୋଳି ଦେଇଛନ୍ତି

ମୋର ଏ ସୌଭାଗ୍ୟ ଦେହେ 

ଝୋଟି ଚିତା ଦେଇ ନିତି ଛବି ଆଙ୍କେ

ନପଡ଼ି ମାୟାର ମୋହେ ।

ଅଶେଷ କରୁଣା ବରଷାଇ ଦେଇ

ସଂସାର ରଖିଲେ ସ୍ଥିତି

ତାଙ୍କ ଶ୍ରୀଚରଣେ ଢାଳୁଛି ପ୍ରଣତି

ଦୁଃଖ ମୋର ହେଉ ଇତି ।


Rate this content
Log in

Similar oriya poem from Abstract