STORYMIRROR

Samar Ballav Bhoi

Drama Tragedy Action

4  

Samar Ballav Bhoi

Drama Tragedy Action

ଏହି ତ ଆମରି ଦୁଃଖ

ଏହି ତ ଆମରି ଦୁଃଖ

1 min
250


 

ସଂସାର ଭିତରେ ଘର କରିଥିଲେ 

ପଥର ପଡିଲେ ସହି

ବୁଝାବଣା ଯଦି ବ୍ୟତିକ୍ରମ ହୁଏ

ମଣିଷ ଭିତରେ ସମ୍ପର୍କଟା ଯାଏ ଧୋଇ

ଏହି ତ ଆମରି ଦୁଃଖ....!!

ପରିବାର ଶତୃ ଅତ୍ୟନ୍ତ ଦୁଃଖଦ 

ଜଣାପଡେ ନାହିଁ କେବେ

ଭିତରେ ଭିତରେ ଫମ୍ପା ହୋଇଯାଏ 

ବିଶୂାସ ହୁଏ ବିଷାକ୍ତ ଯେବେ

ଏହି ତ ଆମରି ଦୁଃଖ....!!

ବିଶ୍ବାସର ଚିତ୍ର ଅବିଶ୍ୱାସ ହେଲେ 

 ମଣିଷ ହୁଅନ୍ତି ଅସ୍ତ୍ର

ଜୀବନ ଯୁଦ୍ଧରେ ଯନ୍ତ୍ରଣା ନସରେ  

ଶତୃତା ଏଠି ହୁଏ ଶସ୍ତ୍ର

ଏହି ତ ଆମରି ଦୁଃଖ......!!

ସମାଜରେ ଯଦି ବଢେ ଅତ୍ୟାଚାର 

ସ୍ବାର୍ଥ ଆଉ ବ୍ୟଭିଚାର

ଏଥିପାଇଁ ଦାୟୀ ଆମରି ଜନତା  

ବଢିଯାଏ ଏଠି ଦୁଃଖ ଓ ଦୁଃର୍ଦଶା

ଏହି ତ ଆମରି ଦୁଃଖ.....!!

ଗଣତନ୍ତ୍ରକୁ ସତୁରି ପୁରିଲା 

 ସ୍ବଭାବ ଅଭାବ ନା ବଦଳିଲା

ନେତା ମନ୍ତ୍ରୀ ଭେଳା ଭେଳା 

ଜନତାଙ୍କ ଦୁଃଖ ହୁଏ ପରା ଅବହେଳା 

ଏହି ତ ଆମରି ଦୁଃଖ ...... !!

ପ୍ରତିଶୃତି ର ପାହାଡ ଉପରେ 

ବସନ୍ତି ଆମରି ନେତା

ତାଙ୍କ ବିଶୂାସର ଜହର ଢେଉରେ 

ଭାସନ୍ତି ଆମ ଜନତା

ଏହି ତ ଆମରି ଦୁଃଖ....!!

 



Rate this content
Log in

Similar oriya poem from Drama