" ବିବଶ ଭୀଷ୍ମ "
" ବିବଶ ଭୀଷ୍ମ "


ହେ ପିତାମହ ...
କେଉଁ ସୁଖେ ତ୍ଯାଗି ସୁଖ
ପିତାଙ୍କର ଚରିତାର୍ଥେ
ଆପଣାର ଯୋୖବନକୁ
ସମର୍ପଣ କରିଥିଲ ,
କେଉଁ ସୁଖେ ତ୍ୟାଗୀ ରାଜ୍ୟ
କାହା ଅବଦାନେ ଅବା
ଆଜନ୍ମ ହସ୍ତିନାପୁର
ସେନାପତି ସାଜିଥିଲ ।
ହେ ପିତାମହ ...
କାହିଁକି ସେ ଅନ୍ଧ ରାଜ୍ୟେ
କୁରୁ ରାଜ ସଭା କାଳେ
ଚକ୍ରାନ୍ତର ପଶା ପାଲି
ଖେଳ ବସି ଦେଖୁଥିଲ ,
କାହିଁକି ଯେ ମଥା ନତେ
ପାଞ୍ଚାଳିର ବ୍ଯଭିଚାରେ
କେଉଁ ଧୈର୍ଯ୍ୟ ପାଶାଣରେ
ଆତ୍ମା ରୁଦ୍ଧ କରିଥିଲ ।
ହେ ପିତାମହ ...
କ'ଣ ଅବା ଥିଲା ସେ ଆସକ୍ତି
ଅବା ଥିଲା ଅନାସକ୍ତି
କୁରୁ କ୍ଷେତ୍ରେ ଦୁର୍ଯ୍ୟୋଧନ
ପାଇଁ ଯୁଦ୍ଧ କରିଥିଲ ,
p>
କ'ଣ ! ପାପ ପୁଣ୍ୟ ନ୍ୟାୟେ
ପର୍ଶୁରାମ ଶିଷ୍ୟ ଶ୍ରେଷ୍ଠ
ପ୍ରୀୟ ଅର୍ଜୁନର ତୀରେ
ଶରଶଯ୍ଯା ଲଭିଗଲ ।
ହେ ପିତାମହ ...
କେଉଁ ବିଚାରରେ ତୁମ୍ଭେ
କ୍ରୁର ସପ୍ତରଥୀ ହୋଇ
ରଚି କରି ଚକ୍ରବ୍ୟୁହ
ଅଭିମନ୍ୟୁ ବଦ୍ଧ କଲ ,
କେଉଁ ଅବକାଶ ବଳେ
ଶୃଙ୍ଖଳ ଶାସନ ବିଧି
ଶରଶଯ୍ଯା କାଳେ ତୁମ୍ଭେ
ଧର୍ମରାଜେ ବଖାଣିଲ ।
ହେ ପିତାମହ ...
କାହା ଅଭିଶାପ ବଳେ
ମା ସ୍ନେହୁ ବଞ୍ଚିତ ପୁଣି
ମାତୃ ଆଶୀର୍ବାଦେ ବର
ଇଚ୍ଛାମୃତ୍ୟୁ ପାଇଥିଲ ,
ଆଜନ୍ମ ସେ ବିବଶତା
ଅନ୍ତିମରେ ଶରଶଯ୍ଯା
ପୁଣ୍ୟର ଜୟ ଦର୍ଶନେ
କିବା ତାଡନାକୁ ସହିଥିଲ ।