STORYMIRROR

Akshayakumar Dash

Drama Action Inspirational

4  

Akshayakumar Dash

Drama Action Inspirational

ପଶୁ

ପଶୁ

1 min
183

ବିବର୍ତନରେ ମନୁଷ୍ୟ

ନିଜକୁ ବୁଦ୍ଧିମାନ କହେ,

ତାର ସ୍ୱାର୍ଥ ପାଇଁ ଅନ୍ୟମାନକୁ କଷ୍ଟ ଦିଏ ।

ତାଭିତରେ ଜାଗିଉଠେ

ଅତୃପ୍ତ ଯୌନ ଲାଳସା

ଇନ୍ଦ୍ରିୟ ଓ ମନ ଭୋଗ ଚାହେଁ

ନିଜକୁ ସୁରକ୍ଷିତ ରଖି

ଅନ୍ୟକୁ ଯନ୍ତ୍ରଣା ଦିଏ ।

ଟିକେ ପଛକୁ ଚାହେଁ ତ

ଯାହାକୁ ସେ ନିର୍ଯାତନା ଦିଏ

ଯାହାର ସୁଖ ଛଡେଇ ନିଏ

ଦିନେ ତାହାରି ପରି ଥିଲା

ଆଜିବି ତାହାରି ପରି ଅଛି

ନିଜ ଭିତରେ ପରିବର୍ତନ କୁ 

ସ୍ୱାଗତ କରିବାକୁ ପଡିବ

ହିଂସା କି ସ୍ୱାର୍ଥରେ ନୁହେଁ

ପ୍ରେମରେ ଶ୍ରଦ୍ଧାରେ 

ଯେମିତି ବର୍ଷା ବସୁଧାକୁ ଭିଜେଇ ଦିଏ।

ମାଟି କିମିତି ସହିଯାଏ ସମସ୍ତ ଯନ୍ତ୍ରଣା

ଗଛ ଯେମିତି ବଟୋଇକୁ ଛାଇ ଦିଏ ।

 ମଧୁର ରସାଳ ଆମ୍ବର ସ୍ଵାଦୁ ଚାଖି

କଇଁଥ ଫିକା ପଡେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Drama