Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Classics

4  

Bijay Prusty

Classics

ମରଣ ଲେଖୁଛି ଗୀତ

ମରଣ ଲେଖୁଛି ଗୀତ

1 min
408



କବିତା ଗୋଟିଏ ଲେଖିଦେଲି ବୋଲି

ଥରିଗଲା ତୁମ ଦେହ

ପ୍ରିୟତମା ତୁମ ଆଖି ଆଇନାରେ

ଶୀତ ଦେଖୁଥିଲା ମୁହଁ I


ହସର ଲହଡି ଚଉଦିଗେ ଦେଖି

ତୁମ ମନହେଲା ଖୁସି

ଆଖି ଦରିଆରେ ମନର ବୋଇତ

ଭସାଇଲ ହସି ହସି I


ତୁମରି ଆଖିର ଚମକରେ ସଖୀ

ଉଜ୍ୱଳ ହେଲା ମୋ ମନ

ସପନେ ସାଜିଲ ସପନ ସୁନ୍ଦରୀ

ସୁଶୀତଳ ନୀଳଜହ୍ନ I


ତୁମ ଗାଁ ନଈ ଗୀତ ଗାଇ ଗାଇ

ମନ ମୋ ଚୋରାଇ ନେଲା

ସେହିନଈ ତା'ର ମୃଦୁ ସ୍ପର୍ଶଦେଇ

ଉଚ୍ଚାଟିତ ମୋତେ କଲା I


ତୁମରି ପ୍ରେମର ମହକରେ ଯେବେ

ମହକିଲା ଚଉଦିଗ

ମାଛରଙ୍କା ପକ୍ଷୀ ମାଛ ଝାମ୍ପିନେଲା

ଚାହିଁ ଦେଖୁଥିଲା ବଗ I


ଅନ୍ଧାର ଜାଳିଲା ସପନ ସଳିତା

ଆଖି ହଜାଇଲା ନିଦ

ମରଣ ଶେଯରେ ଦିଶି ଯାଉଥିଲା

ଜୀବନର ପୂର୍ଣ୍ଣଛେଦ I

      


Rate this content
Log in

Similar oriya poem from Classics