Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Classics

4  

Prafulla Chandra Mishra

Classics

ଦେବୀ ବାସନ୍ତୀ

ଦେବୀ ବାସନ୍ତୀ

1 min
414


ବସନ୍ତ ଉର୍ବୀ ଅଙ୍ଗେ ସଜାଇ ହୋଇ

ପ୍ରବେଶ ହେଲା”ମନ୍ଦ ମଳୟ” ନେଇ ଯେ

ଅନୁପମ ସୁନ୍ଦର ଫୁଲ ପସରା

ଫେଇ ଦିଶଇ ଧରା ଆହାକି ତୋରା ଯେ ।

           

ପତ୍ର ଗହଳେ ବସି ବସନ୍ତ ଦୂତ

ଗାଉଛି ଆବାହନୀ ଶୁଭ ସଙ୍ଗୀତ ଯେ

ବାସନ୍ତୀ ଆସୁଛନ୍ତି ଶଙ୍କର ବାମା

ସୁସଜ୍ଜିତ ଅଚଳା ଆସ ମା’ଉମା ଯେ ।

          

ନବରାତ୍ର ରେ “ନବ ପତ୍ରିକା “ପୂଜା

ହୋଇ” ଉଡିବ ଦେବୀ ତୋ ରଙ୍ଗ ଧ୍ଵଜା ଯେ

ବେଦ ମନ୍ତ୍ର ରେ ମହୀ ପଡେ ଉଛୁଳି

ପ୍ରଭାବେ ସୁସ୍କ ତରୁ ଉଠେ କଅଁଳି ଯେ ।

    

ଘୃତାହୁତି ବ୍ରାହ୍ମଣ ଦିଅନ୍ତି ମିଳି

ହୋମାଗ୍ନି ଧୂମଶିଖା ଯାଏ ବିସ୍ତାରି ଯେ

ଆରାଧନା ଅର୍ଚ୍ଚନା ଓଁକାର ମନ୍ତ୍ର

ଅଭିଭୁତ କରୁଛି ସାରା ଜଗତ ଯେ ।

          

ତ୍ରେତା ରେ ରାମଚନ୍ଦ୍ର ଲଙ୍କା ବିଜୟ

ତୋ ଆରାଧନା ମନ୍ତ୍ରେ ଦେଲୁ ଅଭୟ ଯେ

ବିଶ୍ରବା ନନ୍ଦନ’ସ' ସବଂଶ ନାଶ

କଲେ ଶ୍ରୀରାମ ପାଇ ତୋର ଆଶିଷ ଯେ ।

           

ପୂଣ୍ୟ ତିଥି ରେ ପୂଣ୍ୟ ଶୁଭ ବେଳାରେ

ଅଶୋକାଷ୍ଟମୀ ଶମ୍ଭୁ ଘେନି ସଙ୍ଗରେ ଯେ,

ବିଜୟ କରିଅଛୁ ଅଭୟା ଦୁର୍ଗା

ଶ୍ରୀରାମ ଜନ୍ମ ତିଥି ନବମୀ ପୂଜା ଯେ ।

          

ତବ ଆଗମେ ଦେବୀ ବିଷୁବ ଲଗ୍ନ

ଆବର ଜୈତ୍ରି ଉଡେ ମାରୁତି ଜନ୍ମ ଯେ

ୟେ ଅମୃତ ଲଗନ ଅମୃତ ବେଳା

ମାଗଇ ଆଶିର୍ବାଦ ନକର ହେଳା ମା' ।

        

ପୁଷ୍ପାଞ୍ଜଳି ସଂସାର ରକ୍ଷା କାରିଣୀ

ଅର୍ପି ଅଭୟ ପଦେ କରେ ଦଇନୀ ଯେ,

ବସନ୍ତେ ବାସନ୍ତୀକା ହୃଷ୍ଟ ମନରେ

ବିଜୟ କରି ଦୁଃଖ ହର ଅଚିରେ ଯେ ।



Rate this content
Log in

Similar oriya poem from Classics