STORYMIRROR

Kusum Panda

Classics

3  

Kusum Panda

Classics

ଆଜିର ଦିନରେ

ଆଜିର ଦିନରେ

1 min
225


ଆଜିର ଦିନଟି କେଡେ ଗୌରବ

    କେତେ ଯୁଗ କାଳୁ ରହିଛି ଭାବ

ଆମ ଦେଶ ଆମେ ସ୍ବାଧୀନ ହେଲୁ

    ସମ୍ବିଧାନ ଚିଠା ପ୍ରସ୍ତୁତ କଲୁ।

    

       ସ୍ଥିରୀକୃତ ହେଲା ଘୋଷଣା ପାଇଁ

          ପୂର୍ଣ୍ଣ ସ୍ବରାଜର ଦିବସ ନେଇ

        ୧୯୩୦ ମସିହାରେ ଭାରତ

         ସ୍ୱାଧୀନତା ନାମେ ଘୋଷଣା କୃତ। 

          

 ଭାରତ ଅଟଇ ସମ୍ବିଧାନରେ ଏକ

    ସାର୍ବ ଭୌମ ରାଷ୍ଟ୍ର ଘୋଷଣା ପ୍ରକ

ଭାରତର ଆଭ୍ୟନ୍ତରୀଣ ନେଇ

    ବହିର୍ଦ୍ଦେଶ ସାର୍ବଭୌମତ୍ୱ ରହି।


          ପ୍ରତିଷ୍ଠିତ ସମ୍ବିଧାନ ବ୍ୟବସ୍ଥା 

            ପାଳନ , ଏହାର ଆଦର୍ଶ ରାସ୍ତା

          ଜାତୀୟ ସଙ୍ଗୀତ ,ପତାକା ପ୍ରତି

           ସମ୍ମାନ ପ୍ରଦର୍ଶନ ଦେଶ ସୁରକ୍ଷି।

            

 ବିପତ୍ତି କାଳରେ ହେଲେ ଦରକାର 

    ସୈନିକ ହୋଇ ଦେଶ ସେବାର

  ମିଶ୍ରିତ ସଂସ୍କୃତିର ମହତ୍ତ୍ୱ 

    ଆଦର କରିବା ଆମର ତତ୍ତ୍ଵ।

     

        ଭାତୃତ୍ବ ଭାବ ବିକଶିତକୁ ନେଇ

         ହିଂସାତ୍ମକ କାର୍ଯ୍ୟ ,ପରିହାର କରାଇ

        ଏହାହିଁ ଆମର ମୌଳିକ ଧର୍ମ

          ସଭିଏଁ କରିବା ମିଶିକି କର୍ମ ।

             

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics