STORYMIRROR

jyotsna mayee panda

Classics

3  

jyotsna mayee panda

Classics

ଅବ୍ୟକ୍ତ ଭାବନା

ଅବ୍ୟକ୍ତ ଭାବନା

1 min
295


ଭାଙ୍ଗିଦେଲ ମୋ ସ୍ୱପ୍ନ ଯଉଘର

ତୁମର ସେ ପ୍ରତାରଣାର ବହ୍ନିରେ

ଜଳିଗଲା ମୋର ସ୍ବପ୍ନର ସୌଧ

ଲିଭିଗଲା ସବୁ ଆଶା ର ଆଲୋକ

ଭରିଗଲା ଆଜି ଜୀବନ ରେ ଶୋକ

ଆଙ୍କୁ ଥିଲି ସେଇ ବେଳାଭୂମି ପରେ

କେତେ ଯେ ସୁନ୍ଦର ଛବି

ବିକ୍ଷିପ୍ତ ଲହଡି ଭାଙ୍ଗି ଦେଇଗଲା

ସବୁ ସ୍ୱପ୍ନ ମୋର ଆଜି ହଜିଗଲା

ଭାଗ୍ୟ ମୋର ଆଜି ମୋ ସାଥେ ଖେଳୁଛି

ହସୁଛି ଦୁଃଖ ରେ ଲୁହ ମୋ ଝରୁଛି

ଦୂର ଦିଗବଳୟ ରକ୍ତିମ ଆଭାରେ

ମୋ ଆଖି ଲୁହ ରେ ଚିତ୍ର ମୁଁ ଆଙ୍କୁଛି

ସତେ ଅବା ମୋର ସବୁ ଖୁସି ଆଜି

ଜୀବନ କାନଭାସ ରେ ଅଦୃଶ୍ୟ ହୋଇଛି

ଅଂଗୀକାର କରୁଛି ନିଶବ୍ଦତା ଆଜି

ପ୍ରତାରଣା ମୋତେ   ନୀତି କନ୍ଦଉଛି

ଆଜି ସେ ଅତୀତ ସ୍ମୃତି ସବୁ ଖାଲି

କ୍ଷତାକ୍ତ କରୁଛି ହୃଦୟ କୁ ଜାଲି

ଆଜି ହୋଇଛି ମୁଁ ନିଶ୍ୱ, ଅସହାୟ

ବଂଚିବା ପାଇଁ କି ଲାଗେ ଭାରି ଭୟ

ଶୂନ୍ୟ ଶୂନ୍ୟ ଆଜି ଲାଗେ ଏ ଜୀବନ

ଲାଗୁଛି ଜୀବନ ଆଜି ମୂଲ୍ୟ ହୀନ ll

ଲାଗୁଛି ଜୀବନ ଆଜି ମୂଲ୍ୟ ହୀନ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics