STORYMIRROR

Amita Rath

Classics

3  

Amita Rath

Classics

ଉତ୍ତରଣ

ଉତ୍ତରଣ

1 min
172

ଶିଶିରେ ସାଇତା ନେଲ୍ ପଲିସ୍ ପରି

ଜୀବନଟା ହୋଇପଡ଼େ ଶିଥିଳ,

ମନରୁ ଲିଭି ଲିଭି ଆସେ 

ପ୍ରଜାପତି ଓ ବସନ୍ତ ର ରଙ୍ଗୀନ ସ୍ୱପ୍ନ,

ଓଠରୁ ଶବ୍ଦ ସବୁ ସରି ସରି ଆସେ -

ନିଜ ଭିତରେ ନିଜେ

ଜମାଟ ବାନ୍ଧିବାର ପ୍ରଚେଷ୍ଟାରେ,

ହୃଦୟରୁ ଚିନ୍ତା ହଜି ହଜିଯାଏ

ଏକାନ୍ତ ସଂଶୟ ଓ

ସଂକୋଚ ର ପରିଧି ଭିତରେ।

କଳସୀରୁ ଅମୃତ ସରି ସରି ଆସେ

ଶୂନ୍ୟତା ଭରି ଭରି ଆସେ,

ପତ୍ର ସବୁ ଝଡି଼ ଝଡ଼ି ଯାଏ

ତଥାପି ହୁଏନି ଯାତ୍ରାରମ୍ଭ 

ଏକ ଭିନ୍ନ ଇଲାକା ଉଦ୍ଦେଶ୍ୟରେ.......!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics