STORYMIRROR

Biswaranjan Mohanty

Classics

3  

Biswaranjan Mohanty

Classics

ଶୈଶବ

ଶୈଶବ

1 min
247

            

     

ଦେଖିଥିଲି ଯେଉଁ ପୃଥିବୀକୁ 

ଶୈଶବର ଶିଶୁଶଯ୍ୟା ପରେ 

ତାଳେ ତାଳେ ନାଚିଲି ତା ସାଥେ 

କରତାଳି ଦେଇ କୌତୂହଳେ l 

କୈଶୋରର କୁସୁମ ସୌରଭ 

ଧୀରେ ଧୀରେ ଉଠିଲା ବିକଶି 

ସେ ଗନ୍ଧରେ ହୋଇ ଆତ୍ମହରା 

ମହାନନ୍ଦେ ଯାଉଥିଲି ଭାସି l 

ଏ କୋଳୁ ମୁଁ ସେ କୋଳେ ଡେଇଁଲି 

ବାଦକର ବୀଣା ଯନ୍ତ୍ର ପରି 

ଅତିକ୍ରମ କରିଗଲା ବେଳ 

ପ୍ରକାଶିଲି ନବ ରୂପ ଧରି l 

କେତେବେଳେ ଦେଲାକେ ପରଶ 

ଅଜଣା ସେ କାଉଁରୀ କାଠିର 

ଖଞ୍ଜିଦେଇ ବିଚାର ବିବେକ 

ଭାଙ୍ଗି ଦେଇ ବାଲି ଖେଳଘର l 



Rate this content
Log in

Similar oriya poem from Classics