Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Classics

3  

Sahadev Behera

Classics

ମା ବିରଜା

ମା ବିରଜା

1 min
207


    


ମାଆ ତୁ ବିରଜା  ତୁହି ଦଶ ଭୁଜା 

    ସଙ୍କଟ ହାରିଣୀ ମାଆ 

ତୋ ଦୟା ହୋଇଲେ  ଅନ୍ଧ ଚକ୍ଷୁ ପାଏ 

     ନିରାଶ୍ରୟକୁ ତୁ ସାହା ll 1


ପୂଣ୍ଯ ବୈତରଣୀ   ନଦୀ କୂଳେ ମାଆ 

     ବହିଛୁ ବିରଜା ନାମ 

ସୁମରିଲେ ତୋତେ  ଦେଖା ଦେଉ ମାଆ

      ସିଦ୍ଧି ହୁଏ ସର୍ବ କାମ ll 2

      

ଧନ୍ଯ ଯାଜପୁର  ଏ ବିରଜାକ୍ଷେତ୍ର 

    ତୋ ମହିମା ଲାଗି ଖ୍ଯାତ 

ତୋ ପାଦୁକା ଜଳ  ଅମୃତ ସମାନ 

     ତୋ ଖ୍ୟାତି ବିଶ୍ବେ ବିଦିତ ll 3


ତୁହି ମା ମଙ୍ଗଳା  ସଙ୍କଟ ହାରିଣୀ 

     ତୁହି ସର୍ବଶକ୍ତିମୟୀ

ତୋ ନାଲି ସିନ୍ଦୂର  ମଥାରେ ବୋଳିଲେ 

    ହୁଏ ସେ ବିଶ୍ବ ବିଜୟୀ ll 4


କି ଗୁଣ ବର୍ଣ୍ଣିବି  ତୁ ପରା ଜନନୀ 

    ଜଗତ କଲ୍ୟାଣୀ ମାଆ 

ମୁଁ ଅଧମ ଛାର ନ ଜାଣଇ କିଛି 

    ତୁହି ତ ମୋହର ସାହା ll 5

  


Rate this content
Log in

Similar oriya poem from Classics