Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Classics

3  

Anirudha Kund

Classics

ଚାଲ ସଖି ଯିବା ଲୋ ଶିରିକ୍ଷେତର

ଚାଲ ସଖି ଯିବା ଲୋ ଶିରିକ୍ଷେତର

1 min
229



 ପଞ୍ଚୁକ ପଡୁଛି ଛ ଦିନ ଏଥର (ଘୋଷା)


ଶୀତୁଆ ସକାଳେ ନରେନ୍ଦ୍ରର ଜଳେ 

   ପ୍ରଥମ ବୁଡ ହେବ ଆମର

ପୁଣ୍ୟ ନୀଳାଚଳେ ତୋଳିବା ନିଶ୍ଚଳେ

   ତୁଳସୀ ମଲ୍ଲି ଆଉ ଟଗର ॥


ଦୟଣା ଲଗାଇ ନାନା ଫୁଲ ଦେଇ

   ଗୁନ୍ଥିବା କାଳିଆ ପାଇଁ ହାର

ମଝିରେ ମଝିରେ ଛିଞ୍ଚି ଦେବା ସଖି

   ଚୁଆ ଚନ୍ଦନ କର୍ପୁର ଅଗୁର ॥


 ଗୁଆ ଘିଅ ଛୁଙ୍କ ମୁଗ ଡାଲମାରେ

   ହବିଷାନ୍ନ କଦଳୀ ପତର 

 ସାତ୍ତ୍ବିକ ଭୋଜନ ଲୋ ମାସକ ଯାକ

   କରି ସ୍ମରିବା କଳା ଠାକୁର ॥

     

ପୁଣ୍ୟ କାର୍ତ୍ତିକରେ ସେ ରାଧାକୁ ଝୁରେ 

  ହୁଏ ବେଶ ରାଧା ଦାମୋଦର

ହୋଇବ ଏସନ ବେଶ ନାଗାର୍ଜୁନ 

   ଛବିଶ ବରଷ ଅନ୍ତେ ତାର ॥


ଭାଗ୍ୟରେ ଥିଲେ ଲୋ ଚର୍ମ ଚକ୍ଷୁ ଫେଇ

  କାର୍ତ୍ତିକେ ଦେଖିବୁ ରଙ୍ଗାଧର

ହୋଇବୁ ମଗନ   କରି ଦରଶନ

 କଳାଚାନ୍ଦ ରୂପ ମନୋହର ॥


Rate this content
Log in

Similar oriya poem from Classics