Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Classics

3  

Gunanidhi Samal

Classics

ଝରକା ସେପାଖ ଝିଅ

ଝରକା ସେପାଖ ଝିଅ

1 min
222


ଆମ ଝରକାରୁ ତୋ' ଘର ଝରକା

ଦୂରତା ବା' କହ ଆମକେତେ

ତୁ'ବି ଦେଖୁଛୁ ମୋତେ ଲୋ ସୁନ୍ଦରୀ

ମୁଁ"ବି ଦେଖୁଛି ତୋତେ ।

ବାହାରେ ଦେଖୁଛୁ ଅମାନିଆ ବର୍ଷା

କେମିତି ସାଧୁଛି ଦାଉ

କହିଥାନ୍ତି ଯାହା ମନଖୋଲି ତୋତେ

କହି କି'ପାରିବି ଆଉ ।

ବିଜୁଳି ଚମକେ ଘଡଘଡି ସାଥେ

ବହୁଛି ଶୀତଳ ବାଆ

ପାଣି ସୁଅ ଧାରେ ଭାସିଯାଏ କେଉଁ

ଲଙ୍ଗଳା ଛୁଆର ନାଆ ।

ଚାଳିଆର ପାଣି ଟପ୍ ଟପ୍ ହୋଇ

ଅଗଣାରେ ପଡେ ଝରି

ଠକ୍ ଠକ୍ ପଡେ ସରଗ ପଥର

ନୀରବତା ଛାତି ଚିରି ।

ଧୀର ପବନରେ ତୋ'ଦେହର ଗନ୍ଧ

ମୋ" ଦେହକୁ ଛୁଇଁଯାଏ

କେମିତି କହିବି ଆଗୋ ପ୍ରିୟତମା

ତୋତେ ମୁହିଁ ଭଲପାଏ ।


Rate this content
Log in

Similar oriya poem from Classics