STORYMIRROR

Baikuntha meher

Classics

3  

Baikuntha meher

Classics

ଅପେକ୍ଷା

ଅପେକ୍ଷା

1 min
241


ଅପେକ୍ଷା କର 

ମୁଁ ନିଶ୍ଚୟ ଆସିବି

କିନ୍ତୁ ଏବେ ନୁହେଁ ।

ଯେଉଁ ଦିନ ତୋର 

ପାଇବାର ନଥିବ କି  

ଫେରାଇଵାର ନଥିବ,

 ଅନ୍ତରରୁ ଦୂରେଇ ଯାଇଥବ 

  କାମନା ବାସନା ।

ତୁମେ ଓ ମୁଁ ମିଶି

 ହୋଇଥିଵ ଆମେ

ନଥିବ ଲାଭ କ୍ଷତି, ସୁଖଦୁଃଖ,

 ଆଶା ନିରାଶା,

ମାନ ଅପମାନର ମୂଲ୍ୟାୟନ ।

 ସୂର୍ଯ୍ୟ ଚନ୍ଦ୍ର ଅହଂକାର ଛାଡି 

ଏକ ହେବା ପାଇଁ ଥିବେ 

 ଆଲିଙ୍ଗନ ମୁଦ୍ରାରେ।

 ନଥିବ ସୂର୍ଯ୍ୟର 

 ଉତ୍ତାପ ର ଅଭିମାନ କି

 ଚନ୍ଦ୍ରର ଶୀତଳତା ଅହମିକା।

ନଥିବ ସୁନା ଓ ମାଟି ମଧ୍ୟରେ

 ମୂଲ୍ୟର ଫରକ୍

ସମସ୍ତେ ଉର୍ଦ୍ଧ୍ବ ହସ୍ତା ହୋଇ 

ଥିବେ ସମର୍ପଣ ମୁଦ୍ରାରେ।

ଅପେକ୍ଷା କର

ସେଦିନ ମୁଁ 

ନିଶ୍ଚୟ ଆସିବି।



Rate this content
Log in

Similar oriya poem from Classics