ମୁଁ ଓ ତମେ
ମୁଁ ଓ ତମେ
ଅସଂଖ୍ୟ ସ୍ବପ୍ନ ଭିତରେ
ତମେ ସଵୁଠି ଆଗେ ଆସି ଠିଆ ହୁଅ
ରୂପରେ ନୁହେଁ, ଅରୂପରେ ।
କାଳେ ତମ ରୂପ ଦେଖି ମୋସ୍ବପ୍ନ ଭାଙ୍ଗିଯିଵ ଭାବି
ଆଜିଯାଏଁ ମୋ ମାନସରେ
କାହା ଛଵି ଆଙ୍କି ନାହିଁ।
ଆଙ୍କିଥାନ୍ତି ଯଦି,
ସେହି ଛବି ସହ ତମର ମେଳ ହୋଇ ନଥିଲେ
ତମେ ମୋର ହୋଇ ନ ଥାନ୍ତ
ତମ ଜାଗାରେ ଥାନ୍ତା ଆଉ କିଏ
ତମେ ମୋ ଭିତରେ ଏମିତି ରହିଅଛ ଯେ
ମୁଁ ଓ ତମେ ଭିତରେ ଫରକ୍ ଅନୁଭବ ହେଉନି
'ତମେ 'ମୁଁ ହୋଇଯାଉଛ
ମୁଁ ତମେ ହୋଇଯାଉଛି
ଗୋଟିଏ ଶବ୍ଦରେ ଆମେ ହୋଇ ଯାଉଛେ।
ଦୁନିଆଁ କି ସମାଜ ଯାହା କହୁ
ତମେ ତ ମୋ ପାଇଁ ସଭିଙ୍କ ଉର୍ଦ୍ଧ୍ବ ରେ।
ତମ ଵିଷୟରେ କିଛି କହିବା ଅର୍ଥ
ନିଜ ସହ କଥା ହେବା
ଅନ୍ୟ ଅର୍ଥରେ ଆତ୍ମ ସମୀକ୍ଷା କରିବା।
